କୋହଲିଙ୍କ ଫର୍ମକୁ ନେଇ ସେହୱାଗଙ୍କ ପ୍ରତିକ୍ରିୟା
ବିରାଟ କୋହଲୀ ଫର୍ମକୁ ଫେରିବା ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଆଇପିଏଲ…
ନୂଆଦିଲ୍ଲୀ : ବିରାଟ କୋହଲୀ ଫର୍ମକୁ ଫେରିବା ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଆଇପିଏଲ ଟ୍ରଫିର ଅପେକ୍ଷା ବହୁତ ଲମ୍ବା ହୋଇଗଲା । ଗତ ସିଜନରେ ନାଁ ବିରାଟ ଫର୍ମକୁ ଫେରିଲେ ନାଁ ଆରସିବି ଫାଇନାଲରେ ପହଞ୍ଚି ପାରିଲା । କୋହଲିଙ୍କ ଲାଗି ଆଇପିଏଲର ଗତ ସିଜନ କିଛି ଖାସ ରହିନାହିଁ । ଚଳିତ ସିଜନରେ କୋହଲିଙ୍କ ରନ ରେଟ ହାରାହାରି ୨୨.୭୩ ଥିବାବେଳେ ଯାହା ୨୦୧୦ଠାରୁ ତାଙ୍କର ସର୍ବନିମ୍ନ ରହିଛି । ଚଳିତ ସିଜନରେ କୋହଲି ୩ଥର ଗୋଲଡନ ଡକରେ ଆଉଟ ହୋଇଛନ୍ତି । କୋହଲୀଙ୍କ ପୂର୍ବ ଶତକ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି । ଏଭଳି ସ୍ଥିତିରେ ଇଂଲଣ୍ଡ ଗସ୍ତ କୋହଲୀଙ୍କ ଲାଗି ବହୁ ମହତ୍ୱପୂର୍ଣ୍ଣ ଏବଂ ଚ୍ୟାଲେଞ୍ଜିଂ ରହିଛି । କୋହଲିଙ୍କ ଫର୍ମ ଉପରେ ପୂର୍ବତନ କୋଚ ରବି ଶାସ୍ତ୍ରୀ ତାଙ୍କୁ କ୍ରିକେଟରୁ ସନ୍ନ୍ୟାସ ନେବାକୁ କହିଥିଲେ । ଏବେ ଏହାକୁ ନେଇ ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟର ବୀରେନ୍ଦ୍ର ସେହୱାଗ କହିଛନ୍ତି ।