ବିଶ୍ୱ ଟେଷ୍ଟ ଚାମ୍ପିଅନଶିପରେ ବଡ ପରିବର୍ତ୍ତନ
ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ….
ନୂଆଦିଲ୍ଲୀ : ଇଂଲଣ୍ଡ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ୨୦୨୧- ୨୩ ପଏଣ୍ଟ ଟେବୁଲରେ ପରିବର୍ତ୍ତନ ଘଟିଛି । ଇଂଲଣ୍ଡ ନିକଟରୁ ଟେଷ୍ଟ ସିରିଜ ହାରିବା ପରେ ଡିଫେଣ୍ଡିଂ ଚାମ୍ପିଅନ ନ୍ୟୁଜିଲାଣ୍ଡ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନକୁ ଖସି ଆସିଛି । ଏଥିସହ କିୱି ଦଳର ଆସନ୍ତା ବର୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ ଖେଳିବାର ସମ୍ଭାବନା ସମାପ୍ତ ହୋଇଛି । ନ୍ୟୁଜିଲାଣ୍ଡ ନିଜର ବାକି ଥିବା ସମସ୍ତ ଟେଷ୍ଟ ଜିତିଲେ ମଧ୍ୟ ତଥାପି ଫାଇନାଲ ଦୌଡରୁ ବାଦ ପଡିବ । ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ନୂତନ ସଂସ୍କରଣର ପଏଣ୍ଟ ଟେବୁଲରେ ନ୍ୟୁଜିଲାଣ୍ଡ ଅଷ୍ଟମ ସ୍ଥାନକୁ ଖସିଥିବା ବେଳେ ଇଂଲଣ୍ଡ ଅଷ୍ଟମରୁ ସପ୍ତମ ସ୍ଥାନକୁ ଉଠିଛି । ପ୍ରଥମ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । କଙ୍ଗାରୁ ଦଳର ବିଜୟ ପ୍ରତିଶ୍ରତ ୭୫ ପ୍ରତିଶତ ରହିଥିବା ବେଳେ ଦ୍ୱିତୀୟରେ ରହିଛି ଦକ୍ଷିଣ ଆଫ୍ରିକା । ଏହାର ବିଜୟ ପ୍ରତିଶତ ୭୧.୪୩ ପ୍ରତିଶତ ରହିଛି । ୫୮.୩୩ ବିଜୟ ପ୍ରତିଶତ ସହ ଭାରତ ତୃତୀୟରେ ରହିଛି ।