ସ୍ବଦେଶୀ ବିଚାର ଧାରା ରଖି ଗୋସେବା କରି ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଜଣେ ସମାଜସେବୀ
ଜଣେ ରାଜନେତା ଓ ସମାଜସେବୀ କରିବା ସହ ସ୍ବଦେଶୀ ବିଚାର ଧାରା…
କେନ୍ଦୁଝର: ଜଣେ ରାଜନେତା ଓ ସମାଜସେବୀ କରିବା ସହ ସ୍ବଦେଶୀ ବିଚାର ଧାରା ରଖି ଗୋସେବା କରି ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି ଯୋଡା ବ୍ଲକ ଭଦ୍ରାସାହି ପଞ୍ଚାୟତ ଭୁଷୁଗାଁ ଗ୍ରାମର ସୁଶୀଲ ତ୍ରିପାଠୀ। ରାଜନେତା ଥିବା ବେଳେ ବାପା ମହେଶ୍ୱର ତ୍ରିପାଠୀ ସେ ଜଣେ ପୂଜକ ଥିଲେ ତାଙ୍କର ଶ୍ୱାସ ରୋଗ ଥିବାରୁ ତାଙ୍କ ପୁଅ ଓ ବୋହୁ ସୁଶୀଲ ତ୍ରିପାଠୀ ଓ କନକ ତ୍ରିପାଠୀ କଟକ ମେଡ଼ିକାଲ ନେଇଯାଇଥିଲେ ଡାକ୍ତର ଦେଖେଇବା ପରେ ଡାକ୍ତର ନିଜେ କହିଥିଲେ ମେଡ଼ିସିନ ଦଉଛି ଏହି ମେଡ଼ିସିନ ରେ ଗାଈ କ୍ଷୀର ରେ ମିଶେଇ ଖାଇଲେ ଆପଣ ବାପା ଭଲ ହୋଇଯିବେ ବସ ରୁ ଆଶୁ ଥିବା ବେଳେ ସୁଶୀଲ ତ୍ରିପାଠୀ ନିଜ ଧର୍ମ ପତ୍ନୀଙ୍କ ସହ ଆଲୋଚନା କଲେ ଏକ ନମ୍ବର କ୍ଷୀର ମିଳିବା ବହୁ ଅସୁବିଧା ହେବ ଘରୁ ଆସି ବଡ଼ବିଲ ରେ ଗୋଟିଏ ଗାଈ ଆଣି ଆଜି ସଫଲତମ ଚାଷୀ ସୁଶୀଲ ତ୍ରିପାଠୀ ଆଜି ତାଙ୍କର ଗୋସେବା ମନୋଭାବ ଯୋଗୁ ଏହି ସଂଖ୍ୟା ୧୨ ଟି ରେ ପହଞ୍ଚିଛି। ଗୋସେବା ଠାରୁ ଅନ୍ୟ କାୈଣସି ଧାର୍ମିକ କାର୍ଯ୍ୟନାହିଁ। ଏଣୁ ଏହି ସେବା କାର୍ଯ୍ୟରେ ତାଙ୍କ ସ୍ତ୍ରୀ କନକ ସହାୟତା କରିଥାନ୍ତି। ଗୋରୁଗାଈଙ୍କୁ ଖାଦ୍ୟପାନୀୟ ଦେବା ସହ କ୍ଷୀର ଦୁହିଁଥାନ୍ତି।
କ୍ଷୀରକୁ ଘରେ ବ୍ୟବହାର କରିବା ସହ ବଳକା ସ୍ଥାନୀୟ ସୋସାଇଟି ତଥା ସ୍ଥାନୀୟ ଲୋକଙ୍କୁ ବିକିଥାନ୍ତି। ଏଣୁ ଘରେ କ୍ଷୀର, ଦହି ବା ଘିଅର ଅଭାବ ନାହିଁ ା ସେସବୁ ବିକି ଯାହା ମିଳେ ସେଥିରେ ଗୋରୁଗାଈଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିଥାନ୍ତି। ପଶୁ ଚିକିତ୍ସା କେନ୍ଦ୍ର ପକ୍ଷରୁ ଚିକିତ୍ସା ସେବା ମିଳୁଥିଲେ ହେଁ ଏଥିପାଇଁ ସରକାରୀ ପ୍ରୋତ୍ସାହନ କିଛି ମିଳୁନାହିଁ ବୋଲି ସୁଶୀଲ ତ୍ରିପାଠୀ କହିଛନ୍ତି। ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।