ଆସାମ ବନ୍ୟା ବିତ୍ପତି: ପୁଣି ଗଲା ୧୨ ଜୀବନ
ସବୁଠି ଜଳାର୍ଣ୍ଣବ ହୋଇ ପଡ଼ିଥିବାରୁ ଏଯାଏଁ ୩୧.୫୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି…
ଗୌହାଟି: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏବେବି ଅନେକ ରାଜ୍ୟରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳିଥିଲା । ତେବେ ସମଦୁଦାୟ ଏଯାଏଁ ୧୫୧ ଜଣଙ୍କର ମୃତ୍ୟୁ ଘଟିଲାଣି । ସବୁଠି ଜଳାର୍ଣ୍ଣବ ହୋଇ ପଡ଼ିଥିବାରୁ ଏଯାଏଁ ୩୧.୫୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀଗୁଡ଼ିକରେ ବନ୍ୟା ଆସିବାରୁ ୯୧.୩୪୯ ହେକ୍ଟର ଫସଲ ନଷ୍ଠ ହୋଇଛି । ଉଦ୍ଧାର କାର୍ଯ୍ୟ ପାଇଁ ସେନା ଓ ଏଡିଆରଏପ ନିୟୋଜିତ ଅଛନ୍ତି । ଏହି ବନ୍ୟାରେ ହଜାର ହଜାର ଘର ଭାଙ୍ଗିବା ସହ, ଅନେକ ରାସ୍ତା, ଅନେକ ବ୍ରିଜ ଏବଂ ଜଳସେଚନ କେନାଲ ନଷ୍ଟ ହୋଇଛି ।