ଆଗକୁ ଆହୁରି ଶସ୍ତା ହେବ ଖାଇବା ତେଲ!
ଯେଉଁଥିରେ ଅନ୍ତର୍ଜାତୀୟ ବଜାରରେ ତେଲର ଦାମ ହ୍ରାସ ପାଉଥିବା ବିଷୟରେ ଆଲୋଚନା ହୋଇଥିଲା…
ନୂଆଦିଲ୍ଲୀ : ଆଗକୁ ଆହୁରି ଶସ୍ତା ହେବ ଖାଇବା ତେଲ । ଏହାର ଖୁଚୁରା ଦାମ କମିବା ନେଇ ଆଶା କରାଯାଉଛି । ସୂଚନା ଅନୁସାରେ ଖାଦ୍ୟ ମନ୍ତ୍ରଣାଳୟ ଉଭୟ ପ୍ରକ୍ରିୟା କରଣ ଇଣ୍ଡଷ୍ଟ୍ରୀର ସଦସ୍ୟ ଏବଂ ଉତ୍ପାଦନକାରୀଙ୍କୁ ନେଇ ଏକ ବୈଠକ ଡକାଇଥିଲା । ଯେଉଁଥିରେ ଅନ୍ତର୍ଜାତୀୟ ବଜାରରେ ତେଲର ଦାମ ହ୍ରାସ ପାଉଥିବା ବିଷୟରେ ଆଲୋଚନା ହୋଇଥିଲା । ବିଶ୍ୱ ସ୍ତରରେ ଖାଇବା ତଲର ଦାମ ଗତ ଏକମାସ ମଧ୍ୟରେ ୩୦୦-୪୦୦ ଡଲାର ପ୍ରତି ଟନ ହ୍ରାସ ପାଇଥିବା କହିଛନ୍ତି । କିନ୍ତୁ ଖୁଚୁରା ବଜାରରେ ଏହାର ପ୍ରଭାବ ପଡ଼ିବା ପାଇଁ ସମୟ ଲାଗିବ । ରିପୋର୍ଟ ଅନୁସାରେ ଆଗମୀ ଦିନରେ ଖାଇବା ତେଲ ଦାମରେ ହ୍ରାସ ପାଇବ ବୋଲି ସେ କହିଛନ୍ତି ।