ତୃତୀୟ ସ୍ଥାନ ମଜବୁତ କଲା ରୋହିତ ସେନା

ଏହା ବାଦ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେଉଛି….

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷରେ ଭାରତ ଦିନିକିଆ ସିରିଜ ବିଜୟ ପରେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ଆଇସିସି ଦିନିକିଆ ରାଙ୍କିଙ୍ଗରେ ନିଜର ତୃତୀୟ ସ୍ଥାନ ଆହୁରି ମଜବୁତ କରିଛି । ୧୦୯ ପଏଣ୍ଟ ସହ ଦଳ ପାକିସ୍ତାନ(୧୦୬)ଠୁ ଆଗରେ ରହିଛି । ଅନ୍ୟପଟେ ନ୍ୟୁଜିଲାଣ୍ଡ ୧୨୮ ପଏଣ୍ଟ ସହ ଶୀର୍ଷରେ ରହିଛି । ଆଗାମୀ ସପ୍ତାହରେ ଆଇସିସି ଦିନିକିଆ ମାନ୍ୟତାରେ ପରିବର୍ତ୍ତନ ହୋଇପାରେ । କାରଣ ଷଷ୍ଠ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ପାକିସ୍ତାନଠୁ ସାତ ପଏଣ୍ଟ ପଛରେ ରହିଛି ।

ଯଦି ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ବିପକ୍ଷରେ ନିଜର ୩ ମ୍ୟାଚ ଜିତି ସିରିଜ କ୍ଲିନ ସୁଇପ କରିନିଏ ତେବେ ପାକିସ୍ତାନକୁ ପଛରେ ପକାଇ ଚତୁର୍ଥରେ ପହଞ୍ଚିଯିବ । ଏହା ବାଦ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତର ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେଉଛି । ତେଣୁ ଅଗଷ୍ଟ ମାସରେ ଆଇସିସି ଦିନିକିଆ ରାଙ୍କିଙ୍ଗ ଉପର ତଳ ଲାଗି ରହିବ ।