ଟେଷ୍ଟ ଲାଗି ଦିନିକିଆରୁ ସନ୍ନ୍ୟାସ ନେଲେ ଷ୍ଟୋକ୍ସ

ଷ୍ଟୋକ୍ସ ୨୦୧୯ ଦିନିକିଆ ବିଶ୍ୱ କପରେ ଇଂଲଣ୍ଡକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ….

ନୂଆଦିଲ୍ଲୀ : ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦିନିକିଆରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତି କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । ତେବେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଦିନିକିଆ ମ୍ୟାଚ ଖେଳିବେ । ଷ୍ଟୋକ୍ସ କହିଛନ୍ତି ଯେ, ଏହି ନିଷ୍ପତ୍ତି ନେବା ତାଙ୍କ ପାଇଁ କଠିନ ଥିଲା । ସେ ଟେଷ୍ଟ ମ୍ୟାଚ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଷ୍ଟୋକ୍ସ ୨୦୧୯ ଦିନିକିଆ ବିଶ୍ୱ କପରେ ଇଂଲଣ୍ଡକୁ ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଇଂଲଣ୍ଡ ପାଇଁ ୧୦୪ ଦିନିକିଆ ଖେଳି ୨୯୧୯ ରନ କରିଛନ୍ତି ।