ଭାରତ ବିପକ୍ଷ ସିରିଜ ଲାଗି ୱେଷ୍ଟଇଣ୍ଡିଜ ଟିମ ଘୋଷଣା

ଏତତ ବ୍ୟତୀତ ଅଲଜାରୀ ଜୋସେଫ, ରୋବମ୍ୟାନ ପାୱେଲ, ବ୍ରାଣ୍ଡନ କିଙ୍ଗ ଓ କାଇଲଙ୍କୁ ଟିମରେ ସ୍ଥାନ ମିଳିଛି….

ନୂଆଦିଲ୍ଲୀ : ଭାରତର ଇଂଲଣ୍ଡ ଗସ୍ତ ଶେଷ ହୋଇ ଏବେ ଦଳ ୱେଷ୍ଟଇଣ୍ଡିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଭାରତ ୩ ଦିନିକିଆ ଓ ୫ ଟି-୨୦ ମ୍ୟାଚ ଖେଳିବ । ତେବେ ଭାରତ ବିପକ୍ଷରେ ଇଣ୍ଡିଜ ୧୩ ସଦସୀୟ ଦଳ ଘୋଷଣା କରିଛି । ଦଳକୁ ଷ୍ଟାର ଅଲରାଉଣ୍ଡର ଜ୍ୟାସନ ହୋଲ୍ଡର ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିପରି ଇଣ୍ଡିଜ ଦଳର ନେତୃତ୍ୱ ଭାର ନିକୋଲାସ ପୁରନଙ୍କ ହାତରେ ରହିଛି । ଏତତ ବ୍ୟତୀତ ଅଲଜାରୀ ଜୋସେଫ, ରୋବମ୍ୟାନ ପାୱେଲ, ବ୍ରାଣ୍ଡନ କିଙ୍ଗ ଓ କାଇଲଙ୍କୁ ଟିମରେ ସ୍ଥାନ ମିଳିଛି । ସୂଚନାଯୋଗ୍ୟ, ଭାରତ ଏହି ସିରିଜ ପାଇଁ ପୂର୍ବରୁ ଦଳ ଘୋଷଣା କରି ସାରିଛି । ଏଥିରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ ଓ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ଭାରତର ନେତୃତ୍ୱ ଭାର ଶିଖର ଧାୱନଙ୍କୁ ଦିଆଯାଇଛି ।