କୋହଲିଙ୍କୁ ୨୦ ମିନିଟ ଭେଟିଲେ ଖରାପ ଫର୍ମରୁ ବାହାର କରିପାରିବି: ଗାଭାସ୍କର

ବିରାଟଙ୍କ ଫର୍ମ କେଉଁଥିପାଇଁ ଖରାପ ହୋଇଛି କାହିଁକି ସେ ଖେଳିପାରୁ ନାହାନ୍ତି ବୋଲି ତାଙ୍କ ପାଖରେ ଆଇଡିଆ ଅଛି ବୋଲି ଗାଭାସ୍କର କହିଛନ୍ତି…..

ମୁମ୍ବାଇ : ଗତ ଦୁଇବର୍ଷରୁ ଅଧିକ ସମୟ ହେଲା ବିରାଟ କୋହଲି ଖରାପ ଫର୍ମ ଦେଇ ଗତି କରୁଛନ୍ତି । ସେ ଅଧିକାଂଶ ମ୍ୟାଚରେ ଅର୍ଦ୍ଧଶତକ ବି ହାସଲ କରିପାରି ନାହାନ୍ତି । ଏମିତିରେ ତାଙ୍କୁ ଅନେକ ସମାଲୋଚନାର ସମ୍ନା କରିବା ପଡ଼ୁଛି । ହେଲେ ବିରାଟଙ୍କର ଏପରି ସମୟରେ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି କିମ୍ବଦନ୍ତି କ୍ରିକେଟର ସୁନୀଲ ଗାଭାସ୍କର । ବିରାଟଙ୍କ ଫର୍ମ କେଉଁଥିପାଇଁ ଖରାପ ହୋଇଛି କାହିଁକି ସେ ଖେଳିପାରୁ ନାହାନ୍ତି ବୋଲି ତାଙ୍କ ପାଖରେ ଆଇଡିଆ ଅଛି ବୋଲି ଗାଭାସ୍କର କହିଛନ୍ତି । ତାଙ୍କର ଜ୍ଞାନ ବିରାଟଙ୍କୁ ଖରାପ ଫର୍ମରୁ ବାହାରିବାକୁ ସହଯୋଗ କରିପାରିବେ ବୋଲି ଗାଭାସ୍କର ଦାବି କରିଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ସେ ଖାସ ପ୍ରଦର୍ଶନ କରିପାରି ନଥିଲେ ।