ମେୟର ପଦ ଜିତି ମଧ୍ୟପ୍ରଦେଶରେ ଡେବ୍ୟୁ କଲା ଆପ
ଦିଲ୍ଲୀ-ପଞ୍ଜାବରେ କ୍ଷମତା ଦଖଲ କରିଥିବା ଆପ ଏବେ ମଧ୍ୟପ୍ରଦେଶ ରାଜନୀତିରେ….
ଭୋପାଲ: ଦିଲ୍ଲୀ-ପଞ୍ଜାବରେ କ୍ଷମତା ଦଖଲ କରିଥିବା ଆପ ଏବେ ମଧ୍ୟପ୍ରଦେଶ ରାଜନୀତିରେ ଡେବ୍ୟୁ କରିଛି । ରାଜ୍ୟର ବିନ୍ଧ୍ୟା ଅଞ୍ଚଳରେ ଥିବା ସିଙ୍ଗରୌଲି ମେୟର ପଦକୁ ଆପ ପ୍ରାର୍ଥୀ ରାଣୀ ଅଗ୍ରୱାଲ ଦଖଲ କରିଛନ୍ତି । ଏହି ବିଜୟ ସହ ଆପ ମଧ୍ୟପ୍ରଦେଶ ରାଜନୀତିରେ ତା’ର ଉପସ୍ଥିତି ଜାହିର କରିଛି । ଆପର ରାଣୀ ଅଗ୍ରୱାଲ ତାଙ୍କ ନିକଟତ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଚନ୍ଦ୍ର ପ୍ରତାପ ବିଶ୍ୱକର୍ମାଙ୍କୁ ୯,୩୦୦ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି । ଏହି ବିଜୟ ପରେ ଆପର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଣୀ ଅଗ୍ରୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ସିଙ୍ଗରୌଲି ନଗର ନିଗମର ମେୟର ପଦରେ ବିଜୟୀ ହାସଲ କରିଥିବା ଆପ ପ୍ରାର୍ଥୀ ରାଣୀ ଅଗ୍ରୱାଲ, ସମସ୍ତ ବିଜେତା ଓ କାର୍ଯ୍ୟକର୍ତ୍ତାଙ୍କୁ ବହୁତ ବହୁତ ଶୁଭେଚ୍ଛା । ଲୋକଙ୍କ ପାଇଁ କଠିନ ପରିଶ୍ରମ କରନ୍ତୁ ।