ଆଇସିସି ରାଙ୍କିଙ୍ଗ : ୩ ଷ୍ଟାର ଖେଳାଳିଙ୍କୁ ଝଟକା

ଦୁବାଇ : ଆଇସିସି ରାଙ୍କିଙ୍ଗରେ ଟିମ ଇଣ୍ଡିଆର ୩ ଷ୍ଟାର ଖେଳାଳିଙ୍କୁ ଶକ୍ତ ଝଟକା ଲାଗିଛି । ଆଇସିସିର ଦିନିକିଆ ବୋଲିଂ ରାଙ୍କିଙ୍ଗର ୧ନଂ ସ୍ଥାନରୁ ତଳକୁ ଖସି ଯାଇଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା । ସେହିପରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ବ୍ୟାଟିଂ ରାଙ୍କିଙ୍ଗରେ ଗୋଟିଏ ଲେଖାଏ ସ୍ଥାନ ତଳକୁ ଖସିଛନ୍ତି । ବୁମ୍ରା ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ୬ଟି ୱିକେଟ ନେବା ପରେ ବିଶ୍ୱର ୧ନଂ ବୋଲର ପାଲଟି ଯାଇଥିଲେ । ତେବେ ସେ ତୃତୀୟ ଦିନିକିଆ ନ ଖେଳିବାରୁ ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି ।

ପୂର୍ବଭଳି ପାକିସ୍ତାନର ଶାହୀନ ଶାହ ଆଫ୍ରିଦି ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥରେ ଜୋଶ ହେଜେଲଉଡ, ୫ମରେ ଆଫଗାନିସ୍ତାନର ମୁଜିବ ଉର ରେହମାନ, ୬ଷ୍ଠରେ ବାଂଲାଦେଶର ମେହିଦି ହାସନ, ୭ମରେ ମ୍ୟାଟ ହେନରୀ, ୮ମରେ ମହମ୍ମଦ ନାବି, ୯ମରେ ଇଂଲଣ୍ଡର କ୍ରିସ ୱକ୍ସ ଓ ୧୦ମରେ ରଶିଦ ଖାନ ରହିଛନ୍ତି । ଅନ୍ୟପକ୍ଷରେ ବ୍ୟାଟିଂ ରାଙ୍କିଙ୍ଗରେ ପାକିସ୍ତାନ ଅଧିନାୟକ ବାବର ଆଜମ ଏକ ନମ୍ବର ସ୍ଥାନରେ ରହିଛନ୍ତି । ପୂର୍ବରୁ ୩ନଂରେ ଥିବା ବିରାଟ ଗୋଟିଏ ସ୍ଥାନ ତଳକୁ ଖସି ୪ର୍ଥ ଓ ରୋହିତ ଗୋଟିଏ ସ୍ଥାନ ଖସି ୫ମ ସ୍ଥାନରେ ପହଞ୍ଚିଛନ୍ତି ।