ଭାରତ-ଜାପାନର ମିଳିତ ନୌ-ସମରାଭ୍ୟାସ: ଚୀନର ଚିନ୍ତା ବଢିଲା

ଭାରତ-ଜାପାନ ନୌସେନା ମଧ୍ୟରେ ଏକ ମିଳିତ ସମରାଭ୍ୟାସ ଅନୁଷ୍ଠିତ…

ନୂଆଦିଲ୍ଲୀ: ଭାରତ-ଜାପାନ ନୌସେନା ମଧ୍ୟରେ ଏକ ମିଳିତ ସମରାଭ୍ୟାସ ଅନୁଷ୍ଠିତ ହୋଇଛି । ଆଣ୍ଡାମାନ ସାଗରରେ ଭାରତୀୟ ନୌସେନା ଓ ଜାପାନ ସେଲ୍ଫ ଡିଫେନ୍ସ ଫୋର୍ସ ମଧ୍ୟରେ ଏହି ମିଳିତ ସମରାଭ୍ୟାସ ଶେଷ ହୋଇଛି । ଦୁଇ ନୌସେନା ପକ୍ଷରୁ ଦୁଇଟି ଲଢୁଆ ଯୁଦ୍ଧ ଜାହାଜ ବ୍ୟବହାର କରାଯାଇଥିଲା । ଉଭୟ ଦେଶର ନୌସୈନିକ ଯୁଦ୍ଧ କୌଶଳ ସହ ମିଳିତ ରଣନୀତି ମଧ୍ୟ ପ୍ରଦର୍ଶନ କରିଥିଲେ ।