ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନଙ୍କ ଫିଟ୍‌ନେସ ଚର୍ଚ୍ଚା

ନିୟମିତ ଏକ୍ସରସାଇଜ ବ୍ୟତୀତ ଖାଦ୍ୟପେୟ ପ୍ରତି ସତର୍କ ରହେ…..

ମୁମ୍ବାଇ: ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଡିଜ ନିଜ ଫିଟନେସକୁ ନେଇ ବେଶ ସଚେତନ । ନିଜର ସ୍ଲିମ ଟ୍ରିମ ରହସ୍ୟ ବିଷୟରେ ଜ୍ୟାକଲିନ କହନ୍ତି ମୁଁ ସବୁବେଳେ ମୋ ଫିଟନେସକୁ ନେଇ ସଚେତନ ଥାଏ । ନିୟମିତ ଏକ୍ସରସାଇଜ ବ୍ୟତୀତ ଖାଦ୍ୟପେୟ ପ୍ରତି ସତର୍କ ରହେ । ଏହାବ୍ୟତୀତ ମୋର ଫିଜିକାଲ ଫିଟନେସ ଠିକ ଅଛି କି ନାହିଁ ସେ ନେଇ ଫିଜିଓଙ୍କ ସହ ଆଲୋଚନା କରିଥାଏ । ଜ୍ୟାକଲିନଙ୍କ ଅଭିନୀତ କିଛି ଫିଲ୍ମ ରିଲିଜ ଅପେକ୍ଷାରେ ରହିଛି ।