ବିସିସିଆଇର ଅମ୍ପାୟାର ତାଲିକା ଘୋଷଣା
ସେହିପରି ଏ’ ଶ୍ରେଣୀରେ ୨୦ଜଣ, ବି’ରେ ୬୦ଜଣ, ସି’ରେ ୪୬ ଏବଂ ଡି’ରେ ୧୧ଜଣ ଅମ୍ପାୟାର ସାମିଲ ରହିଛନ୍ତି….
ନୂଆଦିଲ୍ଲୀ: ଆପେକ୍ସ କାଉନସିଲ ବୈଠକର ଦିନକ ପରେ ବିସିସିଆଇ ଅମ୍ପାୟାର ତାଲିକା ଘୋଷଣା ହୋଇଛି । ଚଳିତ ବର୍ଷ ବିସିସିଆଇ ଅମ୍ପାୟାର ତାଲିକାରେ ନୂଆ ଏ+ ଶ୍ରେଣୀ ଲାଗୁ କରିଛି । ଅମ୍ପାୟାରମାନଙ୍କୁ ମୋଟ ୫ଟି ଶ୍ରେଣୀରେ ଭାଗ କରାଯାଇଛି । ଏ+ ଶ୍ରେଣୀରେ ମୋଟ ୧୦ଜଣ ଅମ୍ପାୟାର ସ୍ଥାନ ପାଇଛନ୍ତି । ସେହିପରି ଏ’ ଶ୍ରେଣୀରେ ୨୦ଜଣ, ବି’ରେ ୬୦ଜଣ, ସି’ରେ ୪୬ ଏବଂ ଡି’ରେ ୧୧ଜଣ ଅମ୍ପାୟାର ସାମିଲ ରହିଛନ୍ତି । ଏ+ ଓ ଏ’ ଶ୍ରେଣୀରେ ସ୍ଥାନ ପାଇଥିବା ଅମ୍ପାୟାରମାନେ ପ୍ରଥମ ଶ୍ରେଣୀ ମ୍ୟାଚରେ ଦିନକୁ ୪୦,୦୦୦ ଟଙ୍କା ଏବଂ ବି ଓ ସି’ ଶ୍ରେଣୀରେ ଥିବା ଅମ୍ପାୟାରମାନେ ୩୦,୦୦୦ ଟଙ୍କା ପାଇବେ ।