ସିକନ୍ଦ୍ରାବାଦରୁ ଚୋରି, ଫୁଲବାଣୀରୁ ଗିରଫ

ସୁଦୂର ସିକନ୍ଦ୍ରାବାଦରୁ ଚୋରି କରି ଫୁଲବାଣୀରେ ଧରାପଡ଼ିଲା ସୁନା….

କନ୍ଧମାଳ: ସୁଦୂର ସିକନ୍ଦ୍ରାବାଦରୁ ଚୋରି କରି ଫୁଲବାଣୀରେ ଧରାପଡ଼ିଲା ସୁନା ଚୋର । ଅଭିଯୁକ୍ତ ଜଣକ ହେଲା ଚକାପାଦ ବ୍ଲକ ଅନ୍ତର୍ଗତ ରୂପାଗାଁର ହିତ୍ରିକ ପ୍ରଧାନ । ପ୍ରକାଶ ଯେ, ହିତ୍ରିକ ଜୈନିକ ମହିଳାଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ମହିଳାଙ୍କ ବେକରୁ ୬୦ ଗ୍ରାମ ଓଜନର ସୁନା ଛଡେଇ ଆଣି ଫେରାର ହୋଇଯାଇଥିଲା । ଏନେଇ ସିକନ୍ଦ୍ରାବାଦ ଷ୍ଟେସନ ପୋଲିସ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଥିଲା ସିକନ୍ଦ୍ରାବାଦ ପୋଲିସ । ହିତ୍ରିକ ସିକନ୍ଦ୍ରାବାଦ ଷ୍ଟେସନ ରୋଡରେ ଏକ ଫାଷ୍ଟ ଫୁଡ଼ ଦୋକାନରେ କାରିଗର ଭାବେ କାମ କରୁଥିଲେ ।

ସେଠାରୁ ଚୋରି କରି ଫୁଲବଣୀର ଏକ ସୁନା ଦୋକାନରେ ବିକିବାକୁ ଆସିଥିବାବେଳେ ଦୋକାନୀଙ୍କର ସନ୍ଦେହ ହୋଇଥିଲା । କାରଣ ୫୦ ଗ୍ରାମ ସୁନା ବିକିବାକୁ କହି ଦୁଇ ଲକ୍ଷ ଦାମର ସୁନାକୁ ଏକ ଲକ୍ଷ ଟଙ୍କା ଦେବା କହିବାରୁ ଦୋକାନୀଙ୍କର ସନ୍ଦେହ ହୋଇଥିଲା । ଦୋକାନୀ ଏ ନେଇ ଫୁଲବାଣୀ ଟାଉନ ଥାନାଧିକାରୀଙ୍କୁ ଖବର ଦେଇଥିଲେ । ପୋଲିସ ପହଞ୍ôଚ ଅଭିଯୁକ୍ତକୁ ଆଣି ଥାନାରେ ପଚରା ଉଚରା କରିଥିଲା । ପରେ ପୋଲିସ ସିକନ୍ଦ୍ରାବାଦରୁ ଚୋରି ହୋଇଥିବା ଜାଣି ସେଠାକାର ପୋଲିସକୁ ଖବର ଦେଇଥିଲା । ଅନ୍ୟପକ୍ଷରେ ଆନ୍ଧ୍ର ପୋଲିସ ଆସି ଫୁଲବଣୀରୁ ଅଭିଯୁକ୍ତକୁ ନେଇଯାଇଥିବା ଜଣାପଡିଛି ।