ଖେଳାଳିଙ୍କ ପ୍ରଶଂସା କଲେ ମୁଖ୍ୟ କୋଚ ରାହୁଲ ଦ୍ରାବିଡ

କିଛି ମୁକାବିଲା ଖୁବ୍‌ ନିକଟରୁ ଜିତିଥିଲେ ହେଁ ଏକ ଯୁବ ଟିମ୍‌ ପାଇଁ ଏହା ଏକ ଭଲ ସଙ୍କେତ…..

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ୱେଷ୍ଟେଣ୍ଡିଜ ବିରୋଧରେ ଦିନିକିଆ ସିରିଜକୁ ୩-୦ରେ ଜିତିବା ପରେ କୋଚ୍‌ ରାହୁଲ ଦ୍ରାବିଡ ଯୁବ ଖେଳାଳିଙ୍କ ଖୁବ୍‌ ପ୍ରଶଂସା କରିଛନ୍ତି । ଶେଷ ଦିନିକିଆ ପରେ ରାହୁଲ କହିଥିଲେ ଯେ, ଆମେ ଏକ ଯୁବ ଟିମ୍‌ ସହ ଏଠାକୁ ଆସିଥିଲୁ । ଇଂଲଣ୍ଡରେ ସିରିଜ ଖେଳିଥିବା ଅଧିକାଂଶ ଖେଳାଳି ଏଠାରେ ନଥିଲେ କିନ୍ତୁ ତୁମେମାନେ ବେଶ୍‌ ଭଲ ପ୍ରଦର୍ଶନ କରିଛ । କିଛି ମୁକାବିଲା ଖୁବ୍‌ ନିକଟରୁ ଜିତିଥିଲେ ହେଁ ଏକ ଯୁବ ଟିମ୍‌ ପାଇଁ ଏହା ଏକ ଭଲ ସଙ୍କେତ । ରାହୁଲ ଦ୍ରାବିଡ ଆହୁରି କହିଥିଲେ ଯେ, ଆମ ଯୁବ ଟିମ୍‌ ସଫଳତାର ପ୍ରଥମ ସୋପାନରେ ପାଦ ଥାପିଛି । ଆପଣଙ୍କୁ ଆହୁରି ଆଗକୁ ଯିବାକୁ ପଡିବ ।