ପୁତିନଙ୍କ ସ୍ୱାସ୍ଥ୍ୟବସ୍ଥା ସାଂଘାତିକ

ଡାକ୍ତରୀ ଟିମ ପୁତିନଙ୍କ ଚିକିତ୍ସା କରିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା….

ମସ୍କୋ : ରକ୍ତ କ୍ୟାନସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିବା ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଗୁରୁତର ହୋଇପଡ଼ିଛି । ତାଙ୍କର ମୁଣ୍ଡ ବୁଲାଇବା ସହ ସେ ପ୍ରବଳ ବାନ୍ତି କରିଛନ୍ତି । ଏ ଖବର ପାଇ ଦୁଇଜଣିଆ ଡାକ୍ତରୀ ଟିମ ରାଷ୍ଟ୍ରପତି ଭବନର କ୍ୱାର୍ଟସକୁ ଯାଇ ତାଙ୍କର ଚିକିତ୍ସା କରିଥିଲେ ବୋଲି ପ୍ରକାଶ ପାଇଛି । ରୁଷିଆନ ଟେଲିଗ୍ରାମ ଚ୍ୟାନେଲ ଏସଭିଆର ସୂତ୍ରରୁ ତଥ୍ୟ ହାସଲ କରି ଇଣ୍ଡିପିଣ୍ଡେସ ପକ୍ଷରୁ ଗୋଟିଏ ରିପୋର୍ଟ ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି ଯେ ପୁତିନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ଆବଶ୍ୟକ ପଡ଼ିଥିଲା ।

ଏହି ସମୟରେ ତାଙ୍କର ଚିକିତ୍ସା କରୁଥିବା ପାରା ମେଡ଼ିକାଲ ଟିମ ଡାକ୍ତରମାନଙ୍କୁ ଡାକିବାକୁ ବାଧ୍ୟ ହୋଇଥିଲେ । ଡାକ୍ତରୀ ଟିମ ପୁତିନଙ୍କ ଚିକିତ୍ସା କରିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା । ଏହାପରେ ଡାକ୍ତରମାନେ ସେଠାରୁ ବାହାରିଥିଲେ । ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ପୁତିନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି ।