ବିରୋଧିଙ୍କୁ ଭୟକରି ସରକାର ୨୩ ସାଂସଦଙ୍କୁ ନିଲମ୍ବନ କଲେ : ରାହୁଲ

ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଖାଦ୍ୟ ଶସ୍ୟ ଉପରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଲାଗୁ କରାଯାଇଛି….

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଳ ଗାନ୍ଧୀ କହିଛନ୍ତି ଯେ, କେନ୍ଦ୍ର ସରକାର ଦରଦାମ ବୃଦ୍ଧି, ବେରୋଜଗାରୀ ବିଷୟ ଉପରେ ଚର୍ଚ୍ଚାରୁ ବଂଚିବା ପାଇଁ ୨୩ ଜଣ ବିରୋଧି ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ରାହୁଳ ଟ୍ୱିଟ କରି କହିଛନ୍ତି ଯେ, ସିଲିଣ୍ଡରର ୧୦୫୩ ଟଙ୍କାରେ ପହଂଚିଛି । ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଖାଦ୍ୟ ଶସ୍ୟ ଉପରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଲାଗୁ କରାଯାଇଛି । ସୋରିଷ ତେଲ ୨୦୦ ଟଙ୍କାରେ ପହଞ୍ôଚିଛି । ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଦ୍ରାସ୍ଫୀତି ଏବଂ ବେକାରୀ ବିଷୟରେ ପ୍ରଶ୍ନ ପଚାରି ୫୭ ସାଂସଦଙ୍କୁ ଗିରଫ କରାଯାଇଛି ଏବଂ ୨୩ ଜଣଙ୍କୁ ନିଲମ୍ବିତ କରାଯାଇଛି ।