ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇଲେ ମମତା

ଉକ୍ତ ବୈଠକର କିଛି ସମୟ ପରେ ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ନେଇ ଆଦେଶ ଜାରି କରାଯାଇଛି….

କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟ୍ଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହଟାଇ ଦେଇଛନ୍ତି । ଇଡି ଗିରଫ କରିବା ପରେ ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ଦାବି ହେଉଥିଲା । ଇତିମଧ୍ୟରେ ମମତା କ୍ୟାବିନେଟ ବୈଠକ ଡକାଇଥିଲେ । ଉକ୍ତ ବୈଠକର କିଛି ସମୟ ପରେ ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ନେଇ ଆଦେଶ ଜାରି କରାଯାଇଛି । ସୂଚନାଯୋଗ୍ୟ, ମମତାଙ୍କ କ୍ୟାବିନେଟରେ ପାର୍ଥ ବାଣିଜ୍ୟ ଓ ସୂଚନା ପ୍ରଯୁକ୍ତ ବିଦ୍ୟା ମନ୍ତ୍ରୀ ଥିôଲେ । ପାର୍ଥଙ୍କୁ ଇଡି ଜୁଲାଇ ୨୩ ତାରିଖରେ ଗିରଫ କରିଥିଲା ।