ନୂଆଦିଲ୍ଲୀ : ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଇନଷ୍ଟାଗ୍ରାମରେ ଏକ ଧମାଲ କରିଛନ୍ତି । ରିଷଭ ତାଙ୍କ ଇନଷ୍ଟାଗ୍ରାମରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାରଙ୍କ ସମେତ ଅନେକ ଷ୍ଟାର କ୍ରିକେଟରଙ୍କ ସହ ଲାଇଭ ଆସିଥିଲେ । କେବଳ ଏତିକି ନୁହେଁ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ଏହି ଲାଇଭରେ ଦେଖିବାକୁ ମିଳିଥିଲା । ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ସହ ପନ୍ତ ବହୁତ ମଜା କରିଥିଲେ । ଏହି ସମୟରେ, ପନ୍ତ ସାକ୍ସି ଧୋନିଙ୍କୁ ଲାଇଭରେ ଯୋଡିଥିଲେ । ଇନଷ୍ଟାଗ୍ରାମରେ କିଛି ସେକେଣ୍ଡ ପାଇଁ ଲାଇଭ ଦେଖାଯାଇଥିବା ଧୋନି ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ ହୋଇଯାଇଥିଲା ।