ହିଟ୍‌ମ୍ୟାନଙ୍କୁ ପଛରେ ପକାଇଲେ ମାର୍ଟିନ ଗପ୍ଟିଲ

ଏହି ମାମଲାରେ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି….

ନୂଆଦିଲ୍ଲୀ : କ୍ରିକେଟର ସବୁଠୁ ଛୋଟ ଫର୍ମାଟ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ରନ କରିବାର ରେକର୍ଡ କଲେ ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟସମ୍ୟାନ ମାର୍ଟିନ ଗପ୍ଟିଲ । ସ୍କଟଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମୁକାବିଲାରେ ୪୦ ରନର ଧୂଆଁଧାର ଇନିଂସ ଖେଳି ଏହି ରେକର୍ଡ ନିଜ ନାମରେ କରିଛନ୍ତି । ଏହି ମାମଲାରେ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି । ଟି-୨୦ ଅନ୍ତର୍ଜାତୀୟରେ ଗତ କିଛି ସମୟରୁ ବିରାଟ କୋହଲି, ରୋହିତ ଶର୍ମା ଏବଂ ମାର୍ଟିନଙ୍କ ମଧ୍ୟରେ ପ୍ରତିଯୋଗିତା ଜାରି ରହିଛି । ଗୁପଟିଲ ୪୦ ରନର ଇନିଂସ ପରେ ଟି-୨୦ ଅନ୍ତର୍ଜାତୀୟରେ ୩୩୯୯ ରନ କରିଛନ୍ତି । ସେ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ସବୁଠୁ ଅଧିକ ରନ କରିବା ମାମଲାରେ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି । ରୋହିତଙ୍କ ନାମରେ ୩୩୭୯ ରନ ରହିଛି ।