ମୁହଁ ଖୋଲିଲେ ଶେହନାଜ

ବର୍ତ୍ତମାନ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି….

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଥିଲା । ଶୁଣିବାକୁ ମିଳିଥିଲା ସଲମାନ ଖାନଙ୍କ ଫିଲ୍ମ ‘କଭି ଇଦ କଭୀ ଦିୱାଲୀ’ରୁ ଆଉଟ କରାଯାଇଛି । ସୋସିଆଲ ମିଡିଆରେ ଶେହାନାଜ ସଲମାନଙ୍କୁ ଅନଫଲୋ କରିଥିବା ଶୁଣିବକୁ ମିଳିଥିଲା । ଏହା ଶୁଣିବା ପରେ ନିରାଶ ହୋଇଥିଲେ ତାଙ୍କ ଫ୍ୟାନ୍ସ । ବର୍ତ୍ତମାନ ଏହି ଘଟଣା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଏକ ପୋଷ୍ଟ କରି ଲେଖିଛନ୍ତି ଏହା ଗୁଜବ ।

ସେ କହିଛନ୍ତି ଆଗକୁ ସେ ଫିଲ୍ମ କରୁଛନ୍ତି । ଶେହନାଜ ଲେଖିଛନ୍ତି ଗତ କିଛି ସପ୍ତାହ ଧରି, ଏହିପରି ଗୁଜବ ମୋର ମନୋରଞ୍ଜନର ଦୈନିକ ଡୋଜ । ଲୋକମାନେ ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି ଏବଂ ମୁଁ ମଧ୍ୟ ଏହି ଫିଲ୍ମରେ ଅଂଶୀଦରା ଅଟେ । ଗତ କିଛି ଦିନ ତଳେ ଫିଲ୍ମ ସେଟରୁ ଶେହନାଜଙ୍କ ଫଟୋ ଭାଇରାଲ ହୋଇଥିଲା । ସେ ଶୁଟିଂ ଆରମ୍ଭ କରିଥିଲେ କିନ୍ତୁ ଶେହାନାଜ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ ।