ନୂଆଦିଲ୍ଲୀ : ଭାରତୀୟ ଦଳର ୱିକେଟକିପର ବ୍ୟାଟର ଋଷଭ ପନ୍ତଙ୍କୁ ଉତ୍ତରାଖଣ୍ଡ ସରକାର ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏନେଇ ସୂଚନା ଦେଇଛନ୍ତି । ଏହାସହ ପନ୍ତଙ୍କୁ ବିଧାନସଭାରେ ସମ୍ମାନିତ କରାଯିବ ବୋଲି ଧାମି କହିଛନ୍ତି । ସେ ରାଜ୍ୟର ଯୁବକଙ୍କୁ ଖେଳ ପାଇଁ ପ୍ରୋତ୍ସାହିତ କରିବେ । ପନ୍ତ ଏବେସୁଦ୍ଧା ୩୧ ଟେଷ୍ଟ, ୨୭ ଦିନିକିଆ ଓ ୫୪ ଟି୨୦ ଖେଳିଛନ୍ତି ।