ଏସିଆ କପ ଜିତିବା ପାକିସ୍ତାନ ପାଇଁ ବଡ ନୁହେଁ

ପାକିସ୍ତାନ କ୍ରିକେଟ ବୋର୍ଡ ଏସିଆ କପ ପାଇଁ ନିଜ ଦଳ ଘୋଷଣା

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ବୋର୍ଡ ଏସିଆ କପ ପାଇଁ ନିଜ ଦଳ ଘୋଷଣା କରିଛି । ଏଥିରେ ବଡ ପରିବର୍ତ୍ତନ କରାଯାଇଛି । ଦଳରେ ହାସଲ ଅଲ୍ଲୀଙ୍କୁ ବାଦ ଦିଆଯାଇଛି । ଯାହା ପୂର୍ବତନ ଖେଳାଳି ଓ ପ୍ରଶଂସକଙ୍କୁ ନିରାଶ କରିଛି । ଦଳରେ ସୋଏବ ମଲ୍ଲିକଙ୍କୁ ମଧ୍ୟ ସ୍ଥାନ ମିଳିନି । ସୋଏବଙ୍କ ଭଳି ଅଭିଜ୍ଞତା ସମ୍ପନ୍ନ ଖେଳାଳିଙ୍କୁ ସାମିଲ କରାଯିବ ବୋଲି ସମସ୍ତେ ଭାବିଥିଲେ । କିନ୍ତୁ ଏପରି ହୋଇନାହିଁ । ଟିମରେ ମିଡିଲ ଅର୍ଡର ଦୁର୍ବଳ ଥିବା ଅନେକ ମତ ଦେଇଛନ୍ତି । ପୂର୍ବତନ ଖେଳାଳି ତୋସିଫ ଅହମ୍ମଦ କହିଛନ୍ତି ଯେ, ପିସିବି ଏକ ସନ୍ତୁଳିତ ଦଳ ଚୟନରେ ବିଫଳ ହୋଇଛି । ପିସିବି ଦଳକୁ ବ୍ୟବସ୍ଥିତ କରିପାରିନି ।

ଏସିଆ କପକୁ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଭାବେ ବିବେଚନା କରାଯାଏ । ପିସିବି କିନ୍ତୁ ଯେଉଁମାନଙ୍କୁ ଦିନେ ଖେଳ ଛାଡିବାକୁ କହିଥିଲା ସେମାନଙ୍କୁ ଦଳରେ ନେଇଛି । ପାକିସ୍ତାନ ଏବେ ପୁରା ଏସିଆ କପ ବଦଳରେ କେବଳ ଭାରତ ବିପକ୍ଷ ମ୍ୟାଚକୁ ବେଶି ଗୁରୁତ୍ୱ ଦେଇଛି । ଦୁଇ ତିନିଟି ମ୍ୟାଚରେ ଭାରତକୁ ପରାସ୍ତ କଲେ ପାକିସ୍ତାନ ଟିମ ଖୁସି ହୋଇଯାଉଛି । ସମସ୍ତେ ପାକିସ୍ତାନ ଭଲ ପ୍ରଦର୍ଶନ କରୁ ବୋଲି ଚାହାଁନ୍ତି । କିନ୍ତୁ ଏହି ଦଳ ସହ ବିଜୟ ସହଜ ନୁହେଁ ବୋଲି ସେ କହିଛନ୍ତି ।