ନୂଆଦିଲ୍ଲୀ : ଆସନ୍ତା ସେପ୍ଟେମ୍ବର ମାସରେ ଉଜବେକିସ୍ତାନର ରାଜଧାନୀ ସମରକନ୍ଦଠାରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ମଧ୍ୟରେ ସାକ୍ଷାତ ହେବାର ସମ୍ଭାବନା ରହିଛି । ଏହି ସମ୍ମିଳନୀରେ ଭାରତ ସମେତ ଚୀନ, ରୁଷ, ଇରାନ, ପାକିସ୍ତାନ ଆଦି ଦେଶ ଯୋଗ ଦେବେ । ଏହି ସମ୍ମିଳନୀ ଅବସରରେ ପାକ ପ୍ରଧାନମନ୍ତ୍ରୀ ସରିଫ ଚୀନ, ରୁଷ, ଇରାନ ଓ ଭାରତ ଆଦି ଦେଶର ଶାସନମୁଖ୍ୟମାନଙ୍କୁ ଭେଟିବେ ବୋଲି ପାକିସ୍ତାନୀ ଗଣମାଧ୍ୟମ ଡେଲି ଜଙ୍ଗ ସୁତ୍ରରୁ ଜଣାପଡ଼ିଛି ।