ଏହିଦିନ କରନ୍ତୁ ପ୍ରଭୁ ଗଣେଶଙ୍କ ଆରାଧନା

ଆପଣଙ୍କ ପାଇଁ ସୌଭାଗ୍ୟର ବାଟ ଫିଟିଯିବ….

ହିନ୍ଦୁଧର୍ମ ଅନୁସାରେ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଗିରିଜା ନନ୍ଦନ ପ୍ରଭୁ ଗଣେଶଙ୍କର ପୂଜାର୍ଚ୍ଚନା କରାଯାଏ । ପଶ୍ଚିମ ଭାରତ ବିଶେଷ କରି ମହାରାଷ୍ଟ୍ରର ଲୋକମାନେ ମହା ଆଡ଼ମ୍ବରରେ ପ୍ରଭୁଙ୍କ ପୂଜା କରନ୍ତି । ଚତୁର୍ଥୀ ତିଥିଠାରୁ ଗଣେଶ ମହୋତ୍ସବ ଆରମ୍ଭ ହୋଇ ଦଶଦିନ ପର୍ଯ୍ୟନ୍ତ ଚାଲେ । ପ୍ରଥମ ଦିନ ପ୍ରଭୁ ବିନାୟକଙ୍କ ପ୍ରତିମା ସ୍ଥାପନ କରାଯାଏ । ଅନନ୍ତ ଚତୁର୍ଦ୍ଦଶୀ ଦିନ ପ୍ରଭୁଙ୍କୁ ବିସର୍ଜନ କରାଯାଏ । ଚଳିତ ବର୍ଷ ସେପ୍ଟେମ୍ବର ୯ ତାରିଖରେ ଗଣପତିଙ୍କ ବିସର୍ଜନ କରାଯିବ ।

ଅଗଷ୍ଟ ୩୦ ତାରିଖ ଦ୍ୱିପ୍ରହର ୩ଟା ୩୩ ମିନିଟ୍‌ରେ ଗଣେଶ ଚତୁର୍ଥୀ ତିଥି ଆରମ୍ଭ ହେଉଛି । ତେଣୁ ସେହିଦିନଠାରୁ ୧୦ ଦିନ ପର୍ଯ୍ୟନ୍ତ ଭକ୍ତମାନେ ମହା ଆନନ୍ଦରେ ମଉଜ ମଜଲିସ କରିବେ । ଅନନ୍ତ ଚତୁର୍ଦ୍ଦଶୀ ଦିନ ବିରାଟ ଶୋଭାଯାତ୍ରାରେ ସମୁଦ୍ର କୂଳକୁ ଯାଇ ପ୍ରଭୁଙ୍କୁ ବିସର୍ଜନ କରିବେ ।

କିପରି କରିବେ ପୂଜା?
ଚତୁର୍ଥୀ ଦିନ ସକାଳୁ ସ୍ନାନ ସାରି ହଳଦିଆ ରଙ୍ଗର ପରିଷ୍କାର ବସ୍ତ୍ର ପିନ୍ଧି ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଆବଶ୍ୟକ ଦ୍ରବ୍ୟ ପାଖରେ ରଖନ୍ତୁ । ପ୍ରଥମେ ପ୍ରଭୁ ଗଣେଶଙ୍କର ପ୍ରତିମା ସ୍ଥାପନ କରି ପବିତ୍ର ଗଙ୍ଗାଜଳରେ ଅଭିଷେକ କରନ୍ତୁ । ପରେ ଅକ୍ଷତ, ଦୁର୍ବାଦଳ, ଫୁଲ, ମୋଦକ ଓ ଲଡୁ ଅର୍ପଣ କରନ୍ତୁ । ପୂଜା ଶେଷରେ ପ୍ରଭୁଙ୍କ ଆରତି କରିବାକୁ ଭୁଲନ୍ତୁ ନାହିଁ । ବିଶ୍ୱାସ ଅଛି, ସେଦିନ ପ୍ରଭୁ ଗଣେଶଙ୍କର ମନ୍ତ୍ର ଜପିବା ଦ୍ୱାରା ଭକ୍ତର ସବୁ ଅଭିଳାଷ ପୂରଣ ହୋଇଥାଏ ।