ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟା ଦିନକୁଦିନ ବଢିବାରେ ଲାଗିଛି । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୧୫ କୋଟି ଟଙ୍କାର ମନିଲଣ୍ଡ୍ରିଂ ମାମଲାରେ ଦିଲ୍ଲୀର ପଟିୟାଲା କୋର୍ଟ ଜ୍ୟାକଲିନଙ୍କୁ ସମନ ଜାରି କରିଛନ୍ତି । ସେପ୍ଟେମ୍ବର ୨୬ରେ କୋର୍ଟରେ ହାଜର ହେବାକୁ ଜ୍ୟାକଲିନଙ୍କୁ ଆଦେଶ ଦିଆଯାଇଛି । ଏତଦବ୍ୟତୀତୀ ଦିଲ୍ଲୀ ପୁଲିସ ସେପ୍ଟେମ୍ବର ୧୨ରେ ଜ୍ୟାକଲନିଙ୍କୁ ଜେରା କରିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଉକ୍ତ ମାମଲାରେ ଇଡି ନିକଟରେ ଦ୍ୱିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟ ଦାଖଲ କରିଥିଲା । ଏଥିରେ ଜ୍ୟାକଲିନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଉକ୍ତ ଚାର୍ଜସିଟକୁ ଆଧାର କରି ଜେରା କରିବା ପାଇଁ ଜ୍ୟାକଲିନଙ୍କୁ କୋର୍ଟ ସମନ ପଠାଇଛି ।