ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା

ଏଣୁ ତାଙ୍କୁ ବିଶ୍ୱକପ ପୂର୍ବରୁ ଫିଟ କରାଇବା ଲକ୍ଷ୍ୟ ରହିଛି……

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ କ୍ରିକେଟ ଟିମକୁ ଲାଗିଛି ବଡ଼ ଝଟକା । ଅଲରାଉଣ୍ଡର ମିଚେଲ ମାର୍ଶ ଆହତ ହେବା ଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଏବଂ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି । ଆଗକୁ ଟି-୨୦ ବିଶ୍ୱକପ ଥିବାରୁ ଦଳର ଚିନ୍ତା ବଢ଼ିଛି । ତେବେ ସେ ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତ ପର୍ଯ୍ୟନ୍ତ ଫିଟ ହୋଇଯିବେ ବୋଲି ଆଶା କରାଯାଉଛି । ଅଷ୍ଟ୍ରେଲିଆ ୩ ଟି-୨୦ ମ୍ୟାଚ ଖେଳିବା ଲାଗି ଭାରତ ଗସ୍ତରେ ଆସିବ । ସେହିଭଳି ଅକ୍ଟୋବରରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ ।

ଏଭଳି ସ୍ଥିତିରେ ମାର୍ଶଙ୍କୁ ନେଇ ଷ୍ଟିଭ ସ୍ମିଥ କହିଛନ୍ତି, ଏହା ନିରାଶାଜନକ । ହେଲେ ଆଗାମୀ ଦିନରେ କିଛି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ହେବାର ଅଛି । ଗତ ବର୍ଷ ମାର୍ଶ ଟି-୨୦ ବିଶ୍ୱକପ୍‌ ଅଭିଯାନରେ ପ୍ରମୁଖ ଖେଳାଳି ସାଜିଥିଲେ । ଚଳିତ ବର୍ଷ ମଧ୍ୟ ତାଙ୍କର ବଡ଼ ଯୋଜନା ଅଛି ବୋଲି ମୁଁ ନିଶ୍ଚିତ । ଏଣୁ ତାଙ୍କୁ ବିଶ୍ୱକପ ପୂର୍ବରୁ ଫିଟ କରାଇବା ଲକ୍ଷ୍ୟ ରହିଛି ।