ତାଇୱାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା
ଏହି ଖବର ସାମ୍ନାକୁ ଆସିଛି ଯେତେବେଳେ ଚୀନ ଲଗାତର ଭାବେ ତାଇୱାନର ଜଳସୀମାରେ ନିଜର ଶକ୍ତି ପ୍ରଦର୍ଶନ କରୁଛି…..
ନୂଆଦିଲ୍ଲୀ: ତାଇୱାନକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ବାଇଡେନ ପ୍ରଶାସନ ତାଇୱାନକୁ ଏବେ ଅସ୍ତ୍ରଶସ୍ତ୍ର ବିକ୍ରି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ସୂତ୍ରାନୁସାରେ ଆମେରିକା ତାଇୱାନକୁ ଯେଉଁସବୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବ ସେମଧ୍ୟରେ ୬୦ଟି ଆଣ୍ଟି ସିପ ମିସାଇଲ୍ ଓ ୧୦ ଆକାଶରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ ମଧ୍ୟ ରହିଛି । ଏହି ଖବର ସାମ୍ନାକୁ ଆସିଛି ଯେତେବେଳେ ଚୀନ ଲଗାତର ଭାବେ ତାଇୱାନର ଜଳସୀମାରେ ନିଜର ଶକ୍ତି ପ୍ରଦର୍ଶନ କରୁଛି ।
ଆହୁରି ମଧ୍ୟ ଆମେରିକା ଯେଉଁସବୁ ଅସ୍ତ୍ର ତାଇୱାନକୁ ପ୍ରଦାନ କରିବ ସେସବୁ ମଧ୍ୟରେ ୩୫୫ ମିଲିୟନ ଡଲାରର ୬୦ ଏଜିଏମ୍ ୮୪୧, ହାର୍ପୁନ ବ୍ଲକ ୧୧ ମିସାଇଲ, ୮୫.୬ ମିଲିୟନ ଡଲାରର ୧୦୦ଟି ଏଆଇଏମ ୯ଏକ୍ସ ବ୍ଲକ୍୨ ସାଇଡୱାଇଣ୍ଡର, ଶତ୍ରୁ ଉପରେ ନଜର ରଖିପାରୁଥିବା ରାଡାର ରହିଛି । ସୂଚନାଯୋଗ୍ୟ, ଚୀନ ତାଇୱାନକୁ ନିଜ ସୈନ୍ୟ ବଳରେ ହାତେଇବାକୁ ଚାହୁଁଛି ।