ଜରାୟୁ କର୍କଟ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ

ଏନେଇ ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା ସୂଚନା ପ୍ରଦାନ କରିଛନ୍ତି……

ନୂଆଦିଲ୍ଲୀ: ସର୍ଭିକାଲ କ୍ୟାନସର ଅଥବା ଜରାୟୁ କର୍କଟ ଲାଗି ଦେଶର ପ୍ରଥମ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଛ । ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକ୍ସିନର ନାମ ହେଉଛି ‘କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍‌ ପାପିଲୋମାଭାଇରସ୍‌ ଭ୍ୟାକ୍ସିନ ।’ ଏନେଇ ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା ସୂଚନା ପ୍ରଦାନ କରିଛନ୍ତି । ଏଥିସହିତ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଭ୍ୟାକ୍ସିନ ଦର ନିର୍ଦ୍ଧାରଣ କରାଯିବ ବୋଲି ପୁନାୱାଲା କହିଛନ୍ତି ।