ନୂଆଦିଲ୍ଲୀ : ଭାରତ ସରକାର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସର ସକଳ ଘରୋଇ ଉତ୍ପାଦ (ଜିଡିପି) ଡାଟା ଜାରି କରିଛନ୍ତି । ଏପ୍ରିଲରୁ ଜୁନ ତ୍ରୈ÷ମାସରେ ଦେଶର ବିକାଶ ହାର ୧୩.୫ ପ୍ରତିଶତ ରହିଛି । ପୂର୍ବ ବର୍ଷ ସମାନ ଅବଧିରେ ୨୦.୧ ପ୍ରତିଶତର ଅଭିବୃଦ୍ଧି ହୋଇଥିଲା । କିନ୍ତୁ ଏଥିରେ ଲୋ ବେସର ବଡ଼ ଭୂମିକା ଥିଲା । ଉଲ୍ଲେଖଯୋଗ୍ୟ ଯେ, ୨୦୨୦-୨୧ ଆର୍ଥିକ ବର୍ଷର କୋଭିଡ ଲକଡାଉନ ଯୋଗୁଁ ଅର୍ଥନୀତିରେ ୨୩.୮ ପ୍ରତିଶତର ହ୍ରାସ ଘଟିଥିଲା । ଗତ ଆର୍ଥିକ ବର୍ଷର ଜିଡିପି ଅଭିବୃଦ୍ଧି ମାତ୍ର ୪.୧ ପ୍ରତିଶତ ଥିଲା । କିନ୍ତୁ ଜୁନ ଜିଡିପି ଗ୍ରୋଥ ବଢିବା ପଛରେ ଲୋ ବେସ ସହ ଆର୍ôଥକ ଗତିବିଧି ଗତିଶୀଳ ହେବା ପ୍ରମୁଖ କାରଣ ରହିଛି ।
ତେବେ ଏହା ସଂଖ୍ୟା ଆକଳନ ଠାରୁ କମ ରହିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ରିପୋର୍ଟରେ ବିକାଶ ହାର ୧୫.୭ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା । ସେହିପରି ଆରବିଆଇ ଚଳିତ ମାସ ଆରମ୍ଭରେ ନିଜର ମୁଦ୍ରା ନୀତି ବୈଠକରେ ଭାରତର ଜିଡିପି ହାର ୧୬ .୨ ପ୍ରତିଶତ ରହିବ ବୋଲି କହିଥିଲା । ତେବେ ୧୩.୫ ପ୍ରତିଶତର ବିକାଶ ହାର ଭାରତୀୟ ଅର୍ଥନୀତିର ଦ୍ୱିତୀୟର ସବୁଠୁ ବଡ଼ ଅଭିବୃଦ୍ଧି । ଏହା ପୂର୍ବକୁ ଗତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସରେ ଜିଡିପି ବିକାଶ ହାର ୨୦.୧ ପ୍ରତିଶତ ଥିଲା । ଏହିପରି ଭାରତ ଦୁନିଆରେ ସବୁଠୁ ଦ୍ରୁତ ଗତିରେ ବିକାଶ କରୁଥିବା ଅର୍ଥନୀତି ହୋଇଛି । ଏହାରି ଭିତରେ କୋର ସେକ୍ଟର ଡାଟା ମଧ୍ୟ ଜାରି କରାଯାଇଛି ।