ଦଙ୍ଗାମୁକ୍ତ ଉତ୍ତର ପ୍ରଦେଶ: ୨୦୨୧ରେ ଘଟିଛି କେବଳ ଗୋଟିଏ ସାମ୍ପ୍ରଦାୟିକ ହିଂସା

ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଲଗାତର ଯେୀଗୀ ସରକାର….

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଲଗାତର ଯେୀଗୀ ସରକାର କାଠଗଡାରେ ରହୁଛନ୍ତି । କିନ୍ତୁ ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ ବା ଏନସିଆରବି ରିପୋର୍ଟରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି । ଏନସିଆରବି ୨୦୨୧ର ଅପରାଧିକ କାର୍ଯ୍ୟକଳାପ ବାବଦରେ ତଥ୍ୟ ପ୍ରଦାନ କରିଛି । ଯେଉଁଥିରେ ସାରା ଦେଶରେ ୩୭୮ଟି ସାମ୍ପ୍ରଦାୟିକ ଦଙ୍ଗା ରୁଜୁ ହୋଇଛି । ଏହାମଧ୍ୟରୁ ୟୁପିରେ କେବଳ ଗୋଟିଏ ମାମଲା ରୁଜୁ ହୋଇଛି । ୨୦୧୯ରେ ୟୁପିରେ ସାଇବର କ୍ରାଇମ ଜନିତ ମାମଲା ୧୧୪୧୬ ଥିବା ବେଳେ ୨୦୨୧ରେ ଏହା ୮୮୨୯କୁ ଖସିଛି । ସେହିପରି ୨୦୧୯ତୁଳନାରେ ୨୦୨୧ରେ ମହିଳା ବିରୋଧୀ ମାମଲା୧୧.୧୧ ପ୍ରତିଶତ ହ୍ରାସ ପାଇଛି । ସାଇବର କ୍ରାଇମରେ ମଧ୍ୟ ୨୨.୬ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ତେଣୁ ଏନସିଆରବି ରିପୋର୍ଟରେ ରାଜ୍ୟର ଭଲ ପ୍ରଦର୍ଶନ ସାମ୍ନାକୁ ଆସିଛି । ଏହାସହ କୌଣସି ପରିସ୍ଥିତିରେ ଅପରାଧ ଓ ଅପରାଧିଙ୍କ ବିରୋଧରେ ନରମ ଆଭିମୁଖ୍ୟ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି ।