‘ମେଗା ବ୍ଲକବଷ୍ଟର’ର ପୋଷ୍ଟର ରିଲିଜ

ଦୀର୍ଘ ସମୟ ପରେ କପିଲ ବଡ ପରଦାକୁ ଫେରୁଛନ୍ତି…..

ମୁମ୍ୱାଇ : ସୁପରହିଟ୍‌ କମେଡି ଶୋ ‘ଦି କପିଲ ଶର୍ମା ଖୁବଶୀଘ୍ର ‘ମେଗା ବ୍ଲକବଷ୍ଟର’ ନାମକ ଏକ ଫିଲ୍ମରେ ନଜର ଆସିବେ । ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ରିଲିଜ କରିବାବେଳେ କପିଲ ଶର୍ମା ଫିଲ୍ମର ଟ୍ରେଲର ରିଲିଜ ତାରିଖ ମଧ୍ୟ ଦେଇଛନ୍ତି । ଏହି ‘ମେଗା ବ୍ଲକବଷ୍ଟର’ର ଟ୍ରେଲର ଆସନ୍ତା ୪ରେ ରିଲିଜ ହେବାକୁ ଯାଉଛି । ଦୀର୍ଘ ସମୟ ପରେ କପିଲ ବଡ ପରଦାକୁ ଫେରୁଛନ୍ତି । କପିଲ ଶର୍ମାଙ୍କ ସହ ରଶ୍ମିକା ମନ୍ଦନା, ତ୍ରିଷ୍ଣା କୃଷ୍ଣନ ଏବଂ କାର୍ତ୍ତିଙ୍କ ଭଳି ଦକ୍ଷିଣ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀମାନେ ମଧ୍ୟ ନଜର ଆସିବେ । ଦୀର୍ଘ ଦିନ ପରେ କପିଲ ଶର୍ମାଙ୍କୁ ବଡ ପରଦାରେ ଦେଖି ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।