ଟିମ୍ ଇଣ୍ଡିଆକୁ ଝଟ୍କା: ଏସିଆ କପରୁ ବାଦ ପଡିଲେ ଜାଡେଜା
ଏସିଆ କପ୍ ପାଇଁ ଅକ୍ଷର ପଟେଲଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଥିଲା….
ଦୁବାଇ: ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା । ଚଳିତ ଏସିଆ କପରୁ ବାଦ୍ ପଡିଛନ୍ତି ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜା । ଆଣ୍ଠୁରେ ଆଘାତ କାରଣରୁ ତାଙ୍କୁ ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ଅକ୍ଷର ପଟେଲ । ବିସିସିଆଇ ମେଡିକାଲ୍ ଟିମର ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି । ଏସିଆ କପ୍ ପାଇଁ ଅକ୍ଷର ପଟେଲଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଥିଲା । ସେ ଖୁବଶୀଘ୍ର ଦୁବାଇରେ ଟିମ ସହିତ ସାମିଲ ହେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।