ଭାରତ ଆସିବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ହସିନା

ପ୍ରଧାନମନ୍ତ୍ରୀ ହସିନା ନିଜ ଗସ୍ତ ସମୟରେ ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭେଟିବେ…..

ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ସେପ୍ଟେମ୍ବର ୫ରୁ ୮ ତାରିଖ ପର୍ଯ୍ୟନ୍ତ ଭାରତ ଯାତ୍ରା କରିବେ । ଏହି ଅବସରରେ ହସିନାଙ୍କର ଆଜମେର ଯିବାର ସମ୍ଭାବନା ମଧ୍ୟ ରହିଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ସୂଚନା ପ୍ରଦାନ କରିଛନ୍ତି । ଶେଖ ହସିନାଙ୍କ ଆଗାମୀ ଯାତ୍ରା ଉଭୟ ଦେଶ ମଧ୍ୟରେ ଥିବା ସମ୍ବନ୍ଧକୁ ଆହୁରି ମଜଭୁତ କରିବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ହସିନା ନିଜ ଗସ୍ତ ସମୟରେ ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଭେଟିବେ । ଭାରତ-ବାଂଲାଦେଶ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି ଯାହାକି ସମ୍ମାନ ଏବଂ ଭାବନା ସହ ଆଗକୁ ବଢୁଛି ।