ଗଙ୍ଗା ନଦୀରେ ଡଙ୍ଗା ଓଲଟି ୨ ମୃତ

ତେଣୁ ଗାଁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ଡଙ୍ଗା ଯୋଗାଇ ଦିଆଯାଇଛି…..

ଲକ୍ଷେ୍ନø: ଉତ୍ତରପ୍ରଦେଶର ଗାଜିପୁରରେ ଏହି ଦୁର୍ଘଟଣା ଘଟିଛି । ନଦୀ ପାର ବେଳେ ଗଙ୍ଗା ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ପ୍ରବଳ ବର୍ଷା ପରେ ରେବତୀପୁର ଥାନା ସ୍ଥିତ ଅଠହଠା ଗାଁରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଗାଁ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ଡଙ୍ଗା ଯୋଗାଇ ଦିଆଯାଇଛି ।

ତେବେ ଏହି ଡଙ୍ଗା ସାହାଯ୍ୟରେ କିଛି ଲୋକ ଗାଁରୁ ବାହାରି ନଦୀ ପାର ହେଉଥିବା ବେଳେ ଅଧବାଟରେ ଡଙ୍ଗଟି ଓଲଟି ପଡିଛି । ଡଙ୍ଗାରେ ୩୦ ଲୋକ ଥିଲେ । ତେବେ ୨୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୭ରୁ ୮ ଜଣ ନିଖୋଜ ଅଛନ୍ତି । ଓଭର ଲୋଡିଂ ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ସେପଟେ ଦୁର୍ଘଟଣା ଖବର ପାଇ ଏନଡିଆରଏଫ ଟିମ ସହାୟତାରେ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ।