ୟୁଏସ ଓପନରେ ସେରେନା ପିନ୍ଧିଲେ ୪୦୦ ହୀରା ଖଚିତ ଜୋତା

ସେରେନା ଏହି ମ୍ୟାଚକୁ ନେଇ ଚର୍ଚ୍ଚାରେ ଥିବା ବେଳେ ସେ ପିନ୍ଧିଥିବା ଜୋତା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି…..

ନୂଆଦିଲ୍ଲୀ : ଆମେରିକୀୟ ଟେନିସ ତାରକା ସେରାନା ୱିଲିୟମ୍ସ ନିକଟରେ ତାଙ୍କର ଅବସର ଘୋଷଣା କରିଛନ୍ତି । ହେଲେ ସେ ଏବେ ୟୁଏସ ଓପନ ଖେଳୁଛନ୍ତି । ସେ ନିଜ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ ଜିତିଛନ୍ତି । ମୋଣ୍ଟେନ୍ରେରୋର ୮୦ତମ ଖେଳାଳି ଡଙ୍କା କୋଭିନିକଙ୍କୁ ସେ ହରାଇଛନ୍ତି । ସେରେନା ଏହି ମ୍ୟାଚକୁ ନେଇ ଚର୍ଚ୍ଚାରେ ଥିବା ବେଳେ ସେ ପିନ୍ଧିଥିବା ଜୋତା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ସେରେନା ଏଭଳି ଜୋତା ପିନ୍ଧିଥିଲେ ଯେଉଁଥିରେ ୪୦୦ ହୀରା ଖଚିତ ହୋଇଥିଲା । ସେ ନିଜ ହାତରେ ଡିଜାଇନ କରିଥିବା ନାଇକ କମ୍ପାନୀର ଜୋତା ପିନ୍ଧି ମ୍ୟାଚ ଖେଳିବାକୁ ଓହ୍ଲାଇଥିଲେ । ପ୍ରକାଶ ଯେ, ୨୩ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ହେଉଛି ସେରେନା ।