କିଶୋର କୁମାରଙ୍କ ଘରେ ରେଷ୍ଟୁରାଣ୍ଟ ଖୋଲିବେ କୋହଲି
କୋହଲି କ୍ରିକେଟ ସହ ତାଙ୍କ ଅନ୍ୟ ବ୍ୟବସାୟ ମଧ୍ୟ ବଢ଼ାଇବାରେ ଲାଗିଛନ୍ତି……
ମୁମ୍ବାଇ : ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ମହାନ ଗାୟକ କିଶୋର କୁମାରଙ୍କ ଜୁହୁ ଘରେ ହୋଟେଲ ଖୋଲିବେ । କୋହଲି ୫ ବର୍ଷ ପାଇଁ ଏହାକୁ ଲିଜରେ ନେଇଛନ୍ତି । ଏହି ବଙ୍ଗଳାରେ କିଶୋର କୁମାର ଅଧିକାଂଶ ସମୟ ରହିଥାନ୍ତି । କୋହଲି କ୍ରିକେଟ ସହ ତାଙ୍କ ଅନ୍ୟ ବ୍ୟବସାୟ ମଧ୍ୟ ବଢ଼ାଇବାରେ ଲାଗିଛନ୍ତି । ସେ ୟୁଏଇର ରୟାଲ୍ସ ଟେନିସ ଟିମ କିଣିଥିବା ବେଳେ ୱାନଏଇଟ କମ୍ୟୁନେ ନାମକ ରେଷ୍ଟୋବାରର ମାଲିକ ମଧ୍ୟ ଅଟନ୍ତି । ଏହା ବ୍ୟତୀତ ୱାର୍ଗନ ବ୍ରାଣ୍ଡର କୋ ଫାଉଣ୍ଡର ଏବଂ ଆଇଏସଏଲର ଏଫସି ଗୋଆ ଫ୍ରାଂଚାଇଜ ସହ ଜଡିତ ।