ଫିଲ୍ମ ‘ବ୍ରହ୍ମାସ୍ତ୍ରକୁ’ ବଏକଟ ଡର

ଟୁଇଟ୍‌ ଅନୁଯାୟୀ ପାକିସ୍ତାନ, କୁଏତ ଏବଂ କତାର ଭଳି ସ୍ଥାନରୁ ବ୍ରହ୍ମାସ୍ତ୍ରକୁ ବଏକଟ କରାଯାଉଛି…..

ମୁମ୍ୱାଇ : ଫିଲ୍ମ ବ୍ରହ୍ମାସ୍ତ୍ରକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ଫିଲ୍ମ ରିଲିଜ ଦିନକୁ ଆଗ୍ରହୀ ସହିତ ଅପେକ୍ଷା କରିଛନ୍ତି । କିନ୍ତୁ ଅନ୍ୟପଟେ ଫିଲ୍ମକୁ ନେଇ ବଏକଟ୍‌ର ଟ୍ରେଣ୍ଡ ମଧ୍ୟ ଚାଲିଛି । ପ୍ରକାଶ ଥାଉକି, ରଣବୀର କପୁର, ଆଲିଆ ଭଟ୍ଟ, ନାଗାର୍ଜୁନ, ଅମିତାଭ ବଚ୍ଚ଼ନ ଏବଂ ମୌନି ରୟଙ୍କ ଅଭିନୀତ ଚଳଚ୍ଚ଼ିତ୍ର ବିଷୟରେ ଏଭଳି ଏକ ଟୁଇଟ୍‌ ସାମ୍ନାକୁ ଆସିଛି । ଟୁଇଟ୍‌ ଅନୁଯାୟୀ ପାକିସ୍ତାନ, କୁଏତ ଏବଂ କତାର ଭଳି ସ୍ଥାନରୁ ବ୍ରହ୍ମାସ୍ତ୍ରକୁ ବଏକଟ କରାଯାଉଛି । ନିକଟରେ ଏସଏସ ରାଜମୌଲି ବ୍ରହ୍ମାସ୍ତ୍ର ସମ୍ବନ୍ଧୀୟ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ ।