ଲାଗିଲା ବ୍ରେକ: ଗାଙ୍ଗୁଲି ଲିଜେଣ୍ଡସ କ୍ରିକେଟ ଲିଗରୁ ନାଁ ହଟାଇଲେ

କୋଲକାତା ଇଡେନ ଗାର୍ଡେନରେ ଏହି ମୁକାବିଲ ହୋଇଥାନ୍ତି…….

ମୁମ୍ବାଇ : ଲାଗିଲା ବ୍ରେକ । ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବ୍ୟକ୍ତିଗତ କାରଣ ପାଈଁ ଲେଜେଣ୍ଡସ୍‌ କ୍ରିକେଟରୁ ନିଜ ନାମକୁ ଫେରାଇଛନ୍ତି । ଆଜାଦୀକା ଅମୃତ ମହୋତ୍ସବ ଅବସରରେ ୧୦ ସେପ୍ଟେମ୍ବରଠୁ ଇଣ୍ଡିଆ ମହାରାଜ ଏବଂ ୱାର୍ଡ ଜାଏଣ୍ଟସ୍‌ ମଧ୍ୟରେ ମ୍ୟାଚ ଖେଳାହେବାକୁ ଥିଲା । କୋଲକାତା ଇଡେନ ଗାର୍ଡେନରେ ଏହି ମୁକାବିଲ ହୋଇଥାନ୍ତି । କିନ୍ତୁ ଏହାପୂର୍ବରୁ ଗାଙ୍ଗୁଲି ନିଜ ନାମକୁ ଫେରାଇ ନେଇଛନ୍ତି ।

ବ୍ୟକ୍ତିଗତ କାରଣ ପାଇଁ ସେ ନିଜ ନାମ ଫେରାଇନଥିବା ଜଣାପଡିଛି । ସେପଟେ ବିସିସିଆଇ ସଭାପତି ଏକ ସାକ୍ଷାତକାର ଦେବା ସମୟରେ କହିଛନ୍ତି ଯେ, ସମୟର ଅଭାବ ଏବଂ ବ୍ୟକ୍ତିଗତ କାରଣ ପାଇଁ ମୁଁ ଏହି ମ୍ୟାଚ ଖେଳିବିନାହିଁ ।