ଫିଲ୍ମ ପାଇଁ ୧୮ କେଜି ଓଜନ କମାଇଲେ ହୁଡ୍ଡା

‘ସ୍ୱତନ୍ତ୍ର ବୀର ସାବରକର’ ଫିଲ୍ମଟି ମହେଶ ମାଞ୍ଜରେକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଛି….

ମୁମ୍ବାଇ : ବଲିଉଡ ଅଭିନେତା ରଣଦୀପ ହୁଡା ଏବେ ତାଙ୍କ ଆଗାମୀ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ପାଇଁ ରଣଦୀପ ୧୮ କିଲୋ ଓଜନ କମାଇଛନ୍ତି । ରଣଦୀପ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଫ୍ୟାନ୍ସଙ୍କୁ ରଣଦୀପଙ୍କ ନୂଆ ଲୁକ ବେଶ ପସନ୍ଦ ଆସିଛି । ‘ସ୍ୱତନ୍ତ୍ର ବୀର ସାବରକର’ ଫିଲ୍ମଟି ମହେଶ ମାଞ୍ଜରେକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଛି । ସାବରକରଙ୍କ ୧୩୯ତମ ଜୟନ୍ତୀରେ ରଣଦୀପ ଫିଲ୍ମର ଫାଷ୍ଟ ଲୁକ ସେୟାର କରିଥିଲେ । ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୬ରେ ଆସିଥିବା ଫିଲ୍ମ ‘ସରବଜୀତ’ ପାଇଁ ରଣଦୀପ ହୁଡ୍ଡା ଓଜନ ହ୍ରାସ କରିଥିଲେ ।