ଦୁଇ ବାଇକ୍‌ ଦୁର୍ଘଟଣା; ୫ ଆହତ

ବ୍ରହ୍ମପୁର ଗୋପାଳପୁର ରାସ୍ତାର ରାମଚନ୍ଦ୍ରପୁର ଠାରୁ କରାପଲ୍ଲୀ ରାସ୍ତା ମରଣଯନ୍ତା….

ଗୋପାଳପୁର: ବ୍ରହ୍ମପୁର ଗୋପାଳପୁର ରାସ୍ତାର ରାମଚନ୍ଦ୍ରପୁର ଠାରୁ କରାପଲ୍ଲୀ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ଗତକାଲି ରାତି ପ୍ରାୟ ସାଢେ଼ ୭ଟା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗତକାଲି ରାତି ସାଢ଼େ ୭ଟା ବେଳେ ଗୋପାଳପୁରରୁ ନିଜର କାମ ସାରି ଗଜପତି ନଗରର ତନୁ ମାହାରଣା ଓ  ସୁକୁଣ୍ଡାର ଦିନବନ୍ଧୁ ଦାସ ପ୍ରମୁଖ ନିଜ ବାଇକ୍‌ (ଓଡି ୦୭ ଏଚ ୨୧୮୦) ଯୋଗେ ବ୍ରହ୍ମପୁର ଫେରୁଥିବା ବେଳେ ବ୍ରହ୍ମପୁର ପଟୁ ଗୋପାଳପୁର ଫେରୁଥିବା ନାରାୟଣପୁରର ପିଣ୍ଟୁ ସାହୁ ଓ ଅନ୍ୟ ଦୁଇ ଜଣ (ଓଡି ୦୭ ବି ୩୫୫୯)ଙ୍କ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।