କଟକଣାରେ ଖେଳାଯିବ ଭାରତ-ଇଂଲଣ୍ଡ ମହିଳା ଟି-୨୦
ଇଂଲଣ୍ଡ ଗସ୍ତରେ ଭାରତୀୟ ମହିଳା ଦଳ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ……
ଲଣ୍ଡନ : ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ ସମଗ୍ର ବ୍ରିଟେନରେ ଶୋକ ପାଳନ କରାଯାଉଛି । ଏହା ସତ୍ତେ୍ୱ ଭାରତ-ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ଟି-୨୦ ସିରିଜର କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେବେ ଏହି ସିରିଜକୁ କେତେକ କଟକଣା ମଧ୍ୟରେ ଖେଳାଯିବ । ଇଂଲଣ୍ଡରେ ରାଷ୍ଟ୍ରୀୟ ଶୋକ ଚାଲିଥିବାରୁ ଖେଳାଳିମାନଙ୍କୁ ନିଜ ଡ୍ରେସିଂ ରୁମରେ କୌଣସି ସଂଗୀତ ବଜାଇବାକୁ ବାରଣ କରାଯାଇଛି ।
ସେହିପରି ଷ୍ଟାଡିୟମରେ ଥିବା ବିସିସିଆଇ ପତାକାକୁ ଅର୍ଦ୍ଧନମିତ କରି ରଖାଯିବ । ଷ୍ଟାଡିୟମ ଭିତରେ କୌଣସି ବ୍ୟବସାୟିକ କାର୍ଯ୍ୟକଳାପ, ନୃତ୍ୟ (ଚିୟରଗାର୍ଲ) ଆଦି କରାଯାଇପାରିବ ନାହିଁ । ତେବେ ଖେଳର ସଫଳକତାକୁ ଖେଳାଳିମାନେ ପଡ଼ିଆ ଭିତରେ ପାଳନ କରିପାରିବେ । ଇଂଲଣ୍ଡ ଗସ୍ତରେ ଭାରତୀୟ ମହିଳା ଦଳ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ ।