ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ୨୦୨୨ ପାଇଁ ଭାରତୀୟ ଟିମର ଘୋଷଣା ସରିଛି । ଏଥିରେ କେ.ଏଲ ରାହୁଲଙ୍କୁ ଉପ-ଅଧିନାୟକ ଭାବେ ସାମିଲ କରାଯାଇଛି । ତେବେ ଶେଷ ହୋଇଥିବା ଏସିଆ କପରେ ରାହୁଲଙ୍କ ପ୍ରଦର୍ଶନ ସନ୍ତୋଷଜନକ ନଥିଲା । ତଥାପି ଟି-୨୦ ବିଶ୍ୱକପରେ ଅଧିନାୟକ ରୋହିତ ଶର୍ମାଙ୍କ ସହିତ ମିଶି ରାହୁଲ ଏକ ଭଲ ପ୍ରାରମ୍ଭ ଦେବେ ବୋଲି ଆଶା କରାଯାଉଥିବା ବେଳେ ପୂର୍ବତନ ଅଧିନାୟକ କୃଷ୍ଣମଚାରୀ ଶ୍ରୀକାନ୍ତ ତାଙ୍କୁ ଦେଇଛନ୍ତି ପରାମର୍ଶ । ରାହୁଲଙ୍କୁ ଶ୍ରୀକାନ୍ତ ତାଙ୍କର ସ୍ୱାଭାବିକ ଖେଳ ଖେଳିବାକୁ ପରାମର୍ଶ ଦେଇଛନ୍ତି । ଶ୍ରୀକାନ୍ତ କହିଛନ୍ତି, ତୁମେ ନିଜ ଢଙ୍ଗରେ ଖେଳ । ଅଧିକ ଚିନ୍ତା କର ନାହିଁ । ତେବେ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତରେ ଅଧିକ ଚିନ୍ତା କର ଓ ଦକ୍ଷିଣ ଆଫ୍ରିକା ବିରୋଧରେ ହେବାକୁ ଥିବା ଦୁଇଟି ଟି-୨୦ ସିରିଜ ପାଇଁ ମହମ୍ମଦ ଶାମିଙ୍କୁ ଟିମରେ ସାମିଲ କରାଯାଇଛି ।