ସୁପ୍ରିମକୋର୍ଟରୁ ଗାଙ୍ଗୁଲୀ ଓ ଜୟ ଶାହଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ବିସିସିଆଇକୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଫଳରେ ସୌରଭ ଗାଙ୍ଗୁଲୀ ଆଗାମୀ ୩ ବର୍ଷ ପାଇଁ ବିସିସିଆଇର ଅଧ୍ୟକ୍ଷ ରହିବେ । ଏଥିସହିତ ଜୟ ଶାହ ମଧ୍ୟ ୩ ବର୍ଷ ପର୍ଯ୍ୟନ୍ତ ବିସିସିଆଇର ସଚିବ ଭାବେ ଦାୟିତ୍ୱ ତୁଲାଇବେ । ସୁପ୍ରିମକୋର୍ଟ ବିସିସିଆଇର ସମ୍ବିଧାନ ସଂଶୋଧନ ସହ ଜଡିତ ପିଟିସନର ଫଇସଲା ଶୁଣାଇଛନ୍ତି । ଫଳରେ ସୌରଭ ଗାଙ୍ଗୁଲୀ ଓ ଜୟ ଶାହଙ୍କ କାର୍ଯ୍ୟକାଳରେ କୌଣସି ସମସ୍ୟା ଦେଖାଦେବନି । ବିସିସିଆଇର ଗୋଟିଏ କାର୍ଯ୍ୟକାଳ ପରେ କୁଲିଂ ଅଫ ପିରିୟଡର ଆବଶ୍ୟକତା ନାହିଁ କିନ୍ତୁ ୨ଟି କାର୍ଯ୍ୟକାଳ ପରେ ଏମିତି କରିବାକୁ ପଡିବ ।

ସୂଚନାଯୋଗ୍ୟ, ଗାଙ୍ଗୁଲୀ ୨୦୧୯ ଅକ୍ଟୋବର ୨୩ରେ ବିସିସିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ । ଅନ୍ୟପଟେ ଜୟ ଶାହ ୨୦୧୯ ଅକ୍ଟୋବର ୨୪ରେ ବିସିସିଆଇ ସଚିବ ହୋଇଥିଲେ ।