ନୂଆଦିଲ୍ଲୀ: ଗୁଜରାଟରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ରହିଛି । ବିଜେପି ଓ ଆମ ଆଦମି ପାର୍ଟି ନେତା ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ଆଜି ନିଜ ଲୋକସଭା କ୍ଷେତ୍ର ଗାନ୍ଧୀନଗରରେ କିଛି ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହି ଅବସରରେ ଶାହ କହିଛନ୍ତି ଯେ, ସ୍ୱପ୍ନକୁ ନେଇ ବେପାର କରୁଥିବା ଲୋକଙ୍କୁ ଗୁଜରାଟରେ କେବେ ବି ସଫଳତା ମିଳିବନି । ଏଥର ଗୁଜରାଟରେ ବିଜେପି ପ୍ରଚଣ୍ଡ ବହୁମତ ସହ ଜିତିବ ।
ଅନ୍ୟପଟେ ଅମିତ ଶାହଙ୍କ ବୟାନର ଜବାବ ଦେବାକୁ ଯାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଯେଉଁମାନେ ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା କରିବେ ବୋଲି ସ୍ୱପ୍ନ ଦେଖାଇଛନ୍ତି ସେମାନଙ୍କୁ ଆୌ ଭରଷା କରନ୍ତୁନି । ଗୁଜରାଟ ଓ ଦିଲ୍ଲୀ ପରେ ଯିଏ ଗୁଜରାଟରେ ବିଜୁଳି ଫ୍ରି କରିବ କହିଛନ୍ତି ତାଙ୍କ ଉପରେ ଭରଷା କରନ୍ତୁ ।