ଝାରସୁଗୁଡ଼ା ବାଇପାସ ରାସ୍ତା ପାଇଁ ୫୮୭ କୋଟି ମଞ୍ଜୁର

ଭୁବନେଶ୍ୱର : ୪୯ ନମ୍ବର ଜାତୀୟ ରାଜପଥର ଝାରସୁଗୁଡାରେ ନିର୍ମାଣ ହେବ ବାଇପାସ ରାସ୍ତା । ହେବାକୁ ଥିବା ଏହି ବାଇପାସ ରାସ୍ତା ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଛି । ରାସ୍ତା ନିର୍ମାଣ ଲାଗି ୫୮୭.୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଟଙ୍କା କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ମଞ୍ଜୁର କରିଛି । ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି ଏହି ସୂଚନା ଦେଇଛନ୍ତି । ରାସ୍ତାଟି ଝାରସୁଗୁଡା ବୁଢିପଦରରୁ ବାହାରି ପତ୍ରାପାଲିଠାରେ ବାହାରିବ । ରାସ୍ତା ନିର୍ମାଣ ପାଇଁ ସର୍ଭେ ଓ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ୩୧.୨୪ କିଲୋମିଟର ଲମ୍ବା ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏଥିରେ ହାତୀ ଓ ଅନ୍ୟ ଜଙ୍ଗଲି ଜନ୍ତୁଙ୍କ ସୁଗମ ଯାତାୟତ ପାଇଁ ଅଣ୍ଡର ପାସ ଷ୍ଟ୍ରକଚର ବ୍ୟବସ୍ଥା ହେବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।