ଆସନ୍ତା ୧୧ରେ ମହାକାଳେଶ୍ୱର ମନ୍ଦିର ପ୍ରକଳ୍ପର ଉଦଘାଟନ କରିବେ ମୋଦୀ

ମଧ୍ୟପ୍ରଦେଶର ଧାର୍ମିକ ନଗରୀ ଉଜୈନରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ….

ଭୋପାଳ : ମଧ୍ୟପ୍ରଦେଶର ଧାର୍ମିକ ନଗରୀ ଉଜୈନରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରର ପରିକ୍ରମା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି । ଆସନ୍ତା ଅକ୍ଟୋବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରକଳ୍ପର ଉଦଘାଟନ କରିବେ । ଏନେଇ ସୋମବାର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି । ୭୫୦ କୋଟି ଆନୁକୂଲ୍ୟରେ ଉଜୈନ ସ୍ଥିତ ମହାକାଳେଶ୍ୱର ମନ୍ଦିରର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଇଥିଲା । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୩୧୬ କୋଟି ଟଙ୍କା ବିନିଯୋଗ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଟ୍ୱିଟ ମାଧ୍ୟମରେ ମହାକାଳେଶ୍ୱର ମନ୍ଦିରର ଏକ ଭିଡ଼ିଓ ସେୟାର କରି କହିଛନ୍ତି, “ମହାକାଳେଶ୍ୱର ମନ୍ଦିରର ଭବ୍ୟ ଦୃଶ୍ୟ । ଯାହା ଅବିସ୍ମରଣୀୟ ଏବଂ ଆଲୌକିକ ଅଟେ । ବାବା ମହାକାଳଙ୍କ କୃପା ସଭିଙ୍କ ଉପରେ ଥାଉ, ଏହା ହିଁ କାମନା କରୁଛି । ଏହି ଭବ୍ୟ କରିଡରର ଆସନ୍ତା ଅକ୍ଟୋବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଲୋକାର୍ପଣ ହେବ ।