‘ମୋଦୀ-ମୋଦୀ’ ନାରାର ଏମିତି ଜବାବ ଦେଲେ କେଜ୍ରିୱାଲ

ନୂଆଦିଲ୍ଳୀ : ଗୁଜରାଟରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣିଥରେ ବଡୋଦରା ଗସ୍ତ କରିଛନ୍ତି । କେଜ୍ରିୱାଲ ଏୟାରପୋର୍ଟରୁ ବାହାରିବା ସମୟରେ କିଛି ବିଜେପି ସମର୍ଥକ ‘ମୋଦୀ ମୋଦୀ’ ନାରା ଦେଇଥିଲେ । ଏହାର ଜବାବରେ ଆପ କର୍ମକର୍ତ୍ତା ‘କେଜ୍ରିୱାଲ କେଜ୍ରିୱାଲ’ ନାରା ଦେଇଥିଲେ । ଆଉ ଏହି ସମୟରେ କେଜ୍ରିୱାଲ ହାତ ଯୋଡି ସ୍ମିତହାସ ଦେଇ ସେଠାରୁ ଚାଲି ଯାଇଥିଲେ । ସୂଚନାଯୋଗ୍ୟ, ବିଜେପି ଶାସିତ ଗୁଜରାଟରେ ଚଳିତ ବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଆପ ନେତା ଲଗାତାର ଭାବେ ଗୁଜରାଟ ଗସ୍ତ କରୁଛନ୍ତି ।