ଲୋପ ପାଉଛନ୍ତି ଗ୍ରାମୀଣ ସଭ୍ୟତାର ପ୍ରାଚୀନ ବାର୍ତ୍ତାବହ ଘରଚଟିଆ

ଆଉ ଦେଖିବାକୁ ମିଳୁନାହାନ୍ତି ଗ୍ରାମୀଣ ସଭ୍ୟତାର ପ୍ରାଚୀନ ବାର୍ତ୍ତାବହ ଘରଚଟିଆ….

ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଯେତିକି ଶୋଭା ପାଏ ବଦଳୁଛି ସଭ୍ୟତା,ବଦଳୁଛି ପରିବେଶ ପରିବର୍ତ୍ତନର ଏହିପ୍ରକ୍ରିୟାରେ ଲୁପ୍ତ ହେବାକୁ ବସିଛନ୍ତିଅନେକ ପଶୁପକ୍ଷୀ। ଆଉ ଦେଖିବାକୁ ମିଳୁନାହାନ୍ତି ଗ୍ରାମୀଣ ସଭ୍ୟତାର ପ୍ରାଚୀନ ବାର୍ତ୍ତାବହ ଘରଚଟିଆ। ଶୁଣିବାକୁ ମିଳୁନାହିଁ ଏହି କ୍ଷୁଦ୍ର ପକ୍ଷୀର କିଚିରି ମିଚିରି ଶବ୍ଦ। ଦିନଥିଲା ଘରଚଟିଆର କିଚିରି ମିଚିରି ଶବ୍ଦରେ ସକାଳୁନିଦ ଭାଙ୍ଗୁଥିଲା। ସହର ତ ଦୂରର କଥା ଏବେ ଗାଁ ଗହଳିରେ ବି ଏହି ପକ୍ଷୀ ଦେଖିବାକୁମିଳୁନାହାନ୍ତି।

କଂକ୍ରିଟ ଘର, ସୁରକ୍ଷିତ ଜଙ୍ଗଲ, ଚାଳଛପର ଘରର ଅଭାବ ଏହି ପକ୍ଷୀ ବଂଶ ହ୍ରାସର ମୁଖ୍ୟକାରଣ ବୋଲି ପରିବେଶବିତ୍ମାନେମତ ଦିଅନ୍ତି। ଏହି ନିରୀହ ପ୍ରାଣୀମାନେ ଏବେ କାଁଭାଁ କେଉଁଠି କେମିତି ଦେଖିବାକୁ ମିଳନ୍ତି।ପ୍ରତିକୂଳ ପରିବେଶ ଓ ପରିସ୍ଥିତି ସହଖାପଖୁଆଇ ନ ପାରି ଯେଉଁଠି ଏବେ ଜୀବନ ସହ ସଂଗ୍ରାମକରି ବଂଚିବାଆରମ୍ଭ କରିଛନ୍ତି, ସେଠି ଖାଦ୍ୟ ଗଣ୍ଡାକ ପାଇଁ ଲୋକଙ୍କ ହାତ ଟେକାକୁ ଅପେକ୍ଷାକରୁଛନ୍ତି।

ସାଧାରଣତଃ ଧାନ, ଗହମ, ଡାଲି ଜାତୀୟ ଖାଦ୍ୟ, କୀଟପତଙ୍ଗ ଆଦି ଏହି ପକ୍ଷୀଙ୍କ ଖାଦ୍ୟ। ଗଁl ଗହଳିରେ ଚାଳଘର ଛପର ତଳେ, ଗଛର କୋରଡରେ ମୁଣ୍ଡ ଗୁଞ୍ଜୁଥିବା ଘରଚଟିଆ ଘର ଅଗଣାରେ ପଡ଼ିଥିବା ଚାଉଳ,ଧାନକୁ ଖୁଣ୍ଟି ଖାଇବା ସହ ଶାବକମାନଙ୍କୁ ଖୁଆଇଥାଆନ୍ତି। ଏବେଚାଳଛପର ଘର କମି ଆସୁଥିବାରୁଏହି ପକ୍ଷୀମାନେ ରହିବାକୁଜାଗା ପାଉନାହାନ୍ତି।କେଉଁଠି କେମିତି କୋଠାଘରେ ରହିବାକୁଚେଷ୍ଟା କରୁଥିଲେ ହେଁ ଖାଦ୍ୟ ଅଭାବ ସେମାନଙ୍କ ପିଛା ଛାଡୁନାହିଁ।

ଏବେ ଚାଷରେ ବିପୁଳ ପରିମାଣରେ ସାର ଓ କୀଟନାଶକ ବ୍ୟବହାର କରାଯାଉଛି । ସହର ସଭ୍ୟତା ବୃଦ୍ଧିସହ, ମୋବାଇଲ ଟାୱାର ଓ ବିଦ୍ୟୁତ୍ଖୁଣ୍ଟ ଏହି କ୍ଷୁଦ୍ର ପକ୍ଷୀ ବଂଶ ବିଲୁପ୍ତିରଅନ୍ୟତମ କାରଣ ସାଜିଥିବା ଶୁଣାଯାଏ । କିଛି ଅନ୍ୟ ରାଜ୍ୟରେ ଏହାକୁ ରାଜ୍ୟପକ୍ଷୀର ମାନ୍ୟତା ଦିଆଯାଇଛି । ଆମେରିକା ବିଶ୍ୱର ଆଉ କିଛି ଦେଶରେ ଏହି ନିରୀହ ପକ୍ଷୀ କୁ ବିଲୁପ୍ତ ହେବାକୁବସି ଥିବା ଶ୍ରେଣୀଭୁକ୍ତ କରାଯାଇଛି ।

ଏବେଘରଚଟିଆଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁଆସି ଥିବା ଏନ୍ଏଫ୍ଏସ୍ପକ୍ଷରୁ ପ୍ରତିବର୍ଷ ମାର୍ଚ୍ଚ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ଭାବରେପାଳନ କରାଯାଉଛି l ଏହି କ୍ଷୁଦ୍ର ପକ୍ଷୀର ସୁରକ୍ଷାପାଇଁ ବ୍ୟାପକ ସଚେତନତା ଜରୁରୀ। ସରକାର ମଧ୍ୟ ଏହି କ୍ଷୁଦ୍ର ପକ୍ଷୀ ବଂଶକୁ ବଞ୍ଚାଇବା ପାଇଁ କୃତ୍ରିମ ଘରର ବ୍ୟବସ୍ଥା ସହିତ ଖାଦ୍ୟ ମଧ୍ୟ ଯୋଗାଇଦେବା ଆବଶ୍ୟକ ବୋଲି ମତାମତ ଦିଅନ୍ତି ବୁଦ୍ଧି ଯିବି l